ପବିତ୍ର ମକର ସଂକ୍ରାନ୍ତି ପାଇଁ ଚଳଚଂଚଳ ହୋଇଉଠିଛି ଯାଜପୁର ବିଂଝାରପୁର ର ବରୁଣେଶ୍ୱରପୀଠ । ପବିତ୍ର ମକର ସଂକ୍ରାନ୍ତି ବରୁଣେଶ୍ୱରଙ୍କ ସ୍ୱନକ୍ଷତ୍ର ଦିବସ ଥିବାରୁ ଏହି ଦିନ ପ୍ରଭୁଙ୍କୁ ଜଳ ନିଷ୍କାସନ କରି ବଡ଼ସିଂହାର ବେଶ କରାଯାଇଥାଏ। କୁଶଭଦ୍ରା ନଦୀକୁଳରେ ଅବସ୍ଥିତ ବାବା ବରୁଣେଶ୍ୱର l ପ୍ରଭୁ ବରୁଣେଶ୍ୱରଙ୍କ ଦର୍ଶନ ପାଇଁ ଲାଗିଛି ଭ୍କ୍ତଙ୍କ ଭିଡ । ବିଶ୍ୱାସ ରହିଛି ଆଜିର ଦିନରେ ବାବାଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ସେଥିପାଇଁ ପୂଜକ ମାନେ ବାବାଙ୍କ ସେବାରେ ଲାଗିପଡିଥିଲ । ବଡ଼ି ଭୋରୁ ବାବାଙ୍କୁ ସୁସଜ୍ଜିତ ବେଶ ପରେ ବଡ଼ଭୋଗ ଅର୍ପଣ କରାଯାଇଥିଲା। ଏହି କ୍ଷେତ୍ରଟି ପ୍ରଭୂ ବରୁଣ ଦେବଙ୍କ ତପସ୍ଥଳୀ ଭାବେ ପରିଚିତ । ଏହି ମନ୍ଦିର ପରିସରରେ ଦୁଇଟି ଚିର ସବୁଜ ବରୁଣ ବୃକ୍ଷ ଅନାଦିକାଳରୁ ରହିଆସିଛି ।
ଆଜି ଠାରୁ ଆଗାମୀ ୯ ଦିନ ଧରି ଆରମ୍ଭ ହେବ ବରୁଣ୍ୱେର ମେଳା । ପ୍ରତ୍ୟେକ ଦିନ ବାବାଙ୍କ ଆଶିଷ ନେବାକୁ ଜ଼ିଲ୍ଲା ଓ ଜ଼ିଲ୍ଲା ବାହାରୁ ଭକ୍ତ ଙ୍କ ସମାଗମ ହେବ । ଏଥିସହିତ ପଲ୍ଲିଶ୍ରୀ ମେଳା, ୫ ଅପେରା, ମିନାବଜାର ର ମଜା ଉଠାଇବେ ଦର୍ଶକ । ସ୍ଥାନୀୟ ଅଂଚଳର ଗଣପର୍ବ ଭାବେ ପାଳିତ ହେଉଥିବା ଏହି ବରୁଣେଶ୍ୱର ମେଳା ପାଇଁ ସମଗ୍ର ଅଂଚଳ ଚଳଚଂଚଳ ହୋଇଥିବା ବେଳେ ଆୟୋଜନର ଦାୟିତ୍ୱ ନେଇଛି ଜିଲା ପ୍ରଶାସନ ।
ବାବାଙ୍କୁ ଦର୍ଶନ ପାଇଁ ଓ କୃପା ଭିକ୍ଷା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଛନ୍ତି ଶ୍ରଦ୍ଧାଳୁ l ଶାନ୍ତି ଶୁଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now