ଜାମ୍ମୁ-କାଶ୍ମୀର ରାଜୌରୀର ନୌସେରା ସେକ୍ଟରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ଯବାନମାନେ ପାଟ୍ରୋଲିଂରେ ଥିବା ସମୟରେ ଏହି ବିସ୍ଫୋରଣ ଘଟିଛି । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୬ ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନମାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ଏବଂ ସେଠାରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି ।ସୂଚନା ଯୋଗ୍ୟ; ଆଜି ସକାଳ ୧୦ଟା ବାଜି ୪୫ ମିନିଟ୍ ସମୟରେ ସେନାର ଟିମ୍ ନୌସେରା ସେକ୍ଟରର ଖମ୍ବା ଦୁର୍ଗ ନିକଟରେ ପାଟ୍ରୋଲିଂ କରୁଥିଲେ ।ଏହି ସମୟରେ ସେନାର ଯବାନମାନେ ତଳେ ବିଛା ଯାଇଥିବା ଲ୍ୟାଣ୍ଡମାଇନ୍ ବିଷୟରେ ଜାଣିପାରି ନ ଥିଲେ । ଯାହା ଫଳରେ ଜଣେ ଯବାନ ଲ୍ୟାଣ୍ଡମାଇନ ଉପରେ ପାଦ ପଡିଯିବାରୁ ସେଠାରେ ବଡ଼ ବିସ୍ଫୋରଣ ହୋଇଥିଲା । ଯାହା ଦ୍ୱାରା ୬ ଜଣ ଯବାନ ଗୁରୁତର ହୋଇଥିଲେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now