ତେଜୁଛି ଚାଷୀଙ୍କ ଅସନ୍ତୋଷ। ଧାନ ସଂଗ୍ରହ ରେ ବିଳମ୍ୱ ନେଇ ଚାଷୀଙ୍କ ଶେରପୁର ଛକ ନିକଟରେ ଭଦ୍ରକ ଚାନ୍ଦବାଲି ରାସ୍ତା ଅବରୋଧ। ଟୋକନ୍ ପାଇଥିଲେ ମଧ୍ୟ ଏ ଯାଏଁ ସରକାରୀ ମଣ୍ଡି ଖୋଲି ନ ଥିବା ଅଭିଯୋଗ କରିଛନ୍ତି ଚାଷୀ। ବାଧ୍ୟ ହୋଇ ଦଲାଲଙ୍କ ହାତରେ ଶାଗ ମାଛ ଦରରେ ଧାନ ବିକ୍ରୀ କରୁଥିବା ଚାଷୀ କହିଛନ୍ତି। ଭଦ୍ରକ ଜିଲ୍ଲାରେ ଚଳିତ ମାସ ୫ ତାରିଖରୁ ଯୋଗାଣ ବିଭାଗ ପକ୍ଷରୁ ଧାନ ମଣ୍ଡି ର ଶୁଭାରମ୍ଭ କରାଯାଇଥିଲେ ମଧ୍ୟ ଏଯାଏଁ ସମସ୍ତ ମଣ୍ଡି ଖୋଲି ନ ଥିବା ଯୋଗୁଁ ଚାଷୀ ସରକାରୀ ମଣ୍ଡିରେ ଧାନ ବିକ୍ରୀ କରି ନ ପାରି ଅଭାବୀ ବିକ୍ରିର ସମ୍ବୁଖିନ ହୋଇଛନ୍ତି। ତେବେ ଚାଷୀଙ୍କ ଧାନ ସଂଗ୍ରହରେ କୌଣସି ସମସ୍ୟା ନ ହୁଏ ସରକାର ଯୋଗାଣ ବିଭାଗକୁ ତାଗିଦ୍ କରିଥିଲେ ମଧ୍ୟ ଚାଷୀଙ୍କ ସମସ୍ୟା ଲାଗି ରହିଛି। ତେବେ ଏଭଳି ପରିସ୍ଥିତି ରେ ଚାଷୀ ହନ୍ତସନ୍ତ ହେଉଥିବାବେଳେ ଚାଷୀଙ୍କ ସମସ୍ୟା କ୍ଷେତ୍ରରେ ସମାଧାନ କ୍ଷେତ୍ରରେ ରାଜ୍ୟ ସରକାର ପଦକ୍ଷେପ ନେବା ପାଇଁ ଦାବୀ କରିଛନ୍ତି ଚାଷୀ।
Naxatra News is now on Whatsapp
Join and get latest news update delivered to you via whatsapp
Join Now