ଉପାନ୍ତରେ ହକି

ପଡିଆ ଭିତରେ ଚାଲିଛି ଘୋମାଘୋଟ ଲଢେଇ । ଗୋଲ ଦେବା ପାଇଁ ଉଭୟ ଦଳ ପକ୍ଷରୁ ଚାଲିଛି ସଂଘର୍ଷ । କମେଣ୍ଟ୍ରିରେ ଫାଟି ପଡୁଛି ପଡିଆ । ଏପଟେ ପଡିଆ ବାହାରେ ଦର୍ଶକଙ୍କ ଖଚାଖଚ ଭିଡ । ପୁରୁଷଠୁ ଆରମ୍ଭ କରି ମହିଳାମାନେ ଖେଳ ଦେଖିବାକୁ ପଡିଆ ଚାରିପାଖେ ଲଗାଇଛନ୍ତି ଭିଡ । ଏ ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଜଙ୍ଗଲ ପାହାଡ ପର୍ବତ ଘେରା ଆଦିବାସୀ ଗାଁ ଗିନ୍ଦଲାମାଲ ଖେଳ ପଡିଆର । ଦିର୍ଘ ୩୮ ବର୍ଷ ଧରି ଏଠାରେ ଆୟୋଜିତ ହେଉଛି ଆନ୍ତଃରାଜ୍ୟ ହକି ଟୁର୍ଣ୍ଣାମେଣ୍ଟ । ଓଡିଶା ସମେତ ଝାଡଖଣ୍ଡ ଓ ଛତିଶଗଡ ରାଜ୍ୟରୁ ଏଠାରେ ପ୍ରାୟ ୩୦ ଟି ଦଳ ଭାଗ ନିଅନ୍ତି । ଏଠାରେ ଯୋଗଦେଇ ଖେଳାଳୀ ଯେତିକି ମଜା ନିଅନ୍ତି ତାଠୁ ଅଧିକ ମଜା ନିଅନ୍ତି ଦର୍ଶକମାନେ । ଖେଳାଳୀମାନେ ଆୟୋଜକଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଥାନ୍ତି ।

ପ୍ରତିବର୍ଷ ଜାନୁୟାରୀ ମାସରେ ଆୟୋଜିତ ହୋଇଥାଏ ଏହି ଟୁର୍ଣ୍ଣାମେଣ୍ଟ । ସବୁଠାରୁ ବେଶୀ ଆକର୍ଷଣୀୟ ଥାଏ ଆଦିବାସୀଙ୍କ ଅତିଥି ସତ୍କାର ।ଅତିଥିଙ୍କୁ ନିଆରା ଭାବରେ ସ୍ବାଗତ କରାଯାଇ ଥାଏ ଏହି କାର୍ଯ୍ୟକ୍ରମକୁ । ପ୍ରତିକୂଳ ପରିସ୍ଥିତିରେ ବି ବେଶ୍ ଜାକଜମକରେ ଟୁର୍ଣ୍ଣାମେଣ୍ଟ କୁ ଆୟୋଜନ କରିଥାନ୍ତି ଆଦିବାସୀ ବିକାଶ ପରିଷଦ ଓ କିଛି ସାମାଜିକ ଅନୁଷ୍ଠାନ । ଦିର୍ଘ ଦିନ ଧରି ନିଜସ୍ଵ ଖର୍ଚ୍ଚରେ ଏଠାରେ ହକି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇ ଆସୁଥିଲେ ହେଁ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଯାଉଛି । ଭିତ୍ତି ଭୁମିର ବି ହୋଇ ପାରୁନି ବିକାଶ । ଏହି ପଡିଆର ଉନ୍ନତି ସହ କ୍ରୀଡାବିତ ମାନଙ୍କୁ ଆବଶ୍ୟକୀୟ ସରଞ୍ଜାମ ଯୋଗାଇ ଦେବାକୁ ଦାବି ହୋଇଛି। ତେବେ ରାଜ୍ୟ ବୟନିକାର ସଭାପତି ପ୍ରକାଶ ମେହେର ଅତିଥିଭାବେ ଯୋଗ ଦେଇ ଏହାର ପ୍ରୋତ୍ସାହନ ପାଇଁ ସରକାର୍ ଦୃଷ୍ଟି ଦେବେ ବୋଲି ଆଶାବାଦୀ ଥିବା କହିଛନ୍ତି । କ୍ରିଡାବିତଙ୍କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ତତ୍ପରତା ଦେଖାଇବା ସହ ଆନୁସାଙ୍ଗିକ ବ୍ୟବସ୍ଥା କଲେ ଭବିଷ୍ୟତରେ ଏଠାରୁ ଜାତୀୟ ସ୍ତରର  ଖେଳାଳୀ ସୃଷ୍ଟି ହୋଇ ପାରନ୍ତେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *