ଫିମେଲ୍ ଫ୍ୟାନ୍ଙ୍କୁ ଲିପ୍ କିସ୍ କରି ବିବାଦରେ ଗାୟକ ଉଦିତ୍ ନାରାୟଣ। ଲାଇଭ ସୋ କନସର୍ଟରେ ଉଦିତଙ୍କ ସହ ଫଟୋ କ୍ଲିକ୍ କରିବାକୁ ଅନେକ ଫ୍ୟାନ୍ସ ମଞ୍ଚ ତଳକୁ ଆସିଥିଲେ। କିନ୍ତୁ ଏତିକିବେଳେ ଜଣେ ଫିମେଲ୍ ଫ୍ୟାନ୍ସଙ୍କୁ ଲିପ୍ କିସ୍ କରିଥିଲେ ଉଦିତ୍। ଯିଏ ଉଦିତ୍ଙ୍କ ସହ ସେଲଫି ନେବାକୁ ଆସିଥିଲେ। ମେରେ ବସ୍ ମେଁ ନହିଁ ମେରା ମନ୍ ଗୀତ ଗାଉଥିଲେ ସେତେବେଳେ ଉଦିତ୍। ଏହାର ଭିଡ଼ିଓ ବେଶ୍ ଭାଇରାଲ ହୋଇଥିଲା। ଏହାକୁ ନେଇ ସୋସିଆଲ ମିଡ଼ିଆରେ ୟୁଜର୍ସ ଉଦିତଙ୍କ ଏଭଳି ଆଚରଣକୁ ନେଇ ବର୍ଷିଥିଲେ। କେଆରକେ ବି ଭିଡ଼ିଓ ସେୟାର କରି ଉଦିତଙ୍କ ବିରୁଦ୍ଧରେ ଆକ୍ସନ ନେବାକୁ ଦାବି କରିଛନ୍ତି।
ସେପଟେ ବିବାଦ ତେଜିବା ପରେ ମୁହଁ ଖୋଲିଛନ୍ତି ଉଦିତ୍। ଉଦିତ କହିଛନ୍ତି, ସେ ଭଦ୍ର। ଫ୍ୟାନ୍ସ ତାଙ୍କ ଗୀତରେ ଏମିତି ଦିଓ୍ୱାନା ହୋଇପଡ଼ନ୍ତି। ସେ ଫ୍ୟାନ୍ସଙ୍କୁ କଦାପି ନିରାଶ କରନ୍ତିନି। ସାଙ୍ଗରେ ଅଙ୍ଗରକ୍ଷୀ ଥିଲେ ବି, ସୁରକ୍ଷା ବ୍ୟବସ୍ଥା ହୋଇଥିଲେ ବି ଫ୍ୟାନ୍ସ ସଦା ମଉକା ଖୋଜିଥାଆନ୍ତି। କେମିତି ତାଙ୍କ ସହ ହାତ ମିଳାଇବେ, ଫଟୋ ଉଠାଇବେ, ସେଲଫି ନେବେ। ଆଉ ଏଭଳି ଘଟଣାକୁ କିଛି ଲୋକ ବଢ଼ାଇଚଢ଼ାଇ ଦେଖାଉଥିବାରୁ ସେ ମର୍ମାହତ। ଫ୍ୟାନ୍ସ ଏମିତି ଢଙ୍ଗରେ ହିଁ ତାଙ୍କ ପ୍ରତି ସ୍ନେହ ଅଜାଡ଼ିଥାଆନ୍ତି। ଲୋକେ କିନ୍ତୁ ସବୁବେଳେ କଣ୍ଟ୍ରୋଭର୍ସି ଖୋଜନ୍ତି। ମଞ୍ଚରେ ଗାଇଲା ବେଳେ ଫ୍ୟାନ୍ସଙ୍କ ଉତ୍ସାହକୁ ସମାନ୍ତରାଳ ଭାବେ ଦେଖିବାକୁ ପଡ଼େ। ତା ନହେଲେ ଫ୍ୟାନ୍ସ ଯଦି ନିରାଶ ହେବେ, ତା ହେଲେ ସେ ଗାଇବେ କାହା ଲାଗି ବୋଲି ପଚାରିଛନ୍ତି ଉଦିତ୍। ବଲିଉଡରେ ୪୬ ବର୍ଷ ହେଲା ଅଛି। କେବେ ବି ମୋ ଭାବମୂର୍ତ୍ତିରେ ଆଞ୍ଚ ଆସିନି। ଯେତେବେଳେ ଫ୍ୟାନ୍ସ ତାଙ୍କ ଉପରେ ସ୍ନେହ ଅଜାଡ଼ନ୍ତି। ସେ ହାତ ଯୋଡ଼ି ବିନମ୍ର ଭାବେ ମୁଣ୍ଡ ତଳକୁ କରନ୍ତି ବୋଲି କହିଛନ୍ତି ଉଦିତ୍।

Naxatra News is now on Whatsapp
Join and get latest news update delivered to you via whatsapp
Join Now