ଆଇନଜୀବି ପି.ରାମା ରାଓଙ୍କ ଘରେ ପଶି ଏସିଡ ମାଡ ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରିଛି । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ବେଳେ ଅତିଶୀଘ୍ର ତାକୁ ମଧ୍ୟ ଗିରଫ କରାଯିବ ବୋଲି ପୁଲିସ କହିଛି । ଗିରଫ ଅଭିଯୁକ୍ତମାନେ ହେଲେ ପାରଳାଖେମୁଣ୍ଡିର ଡି.ଭେଙ୍କଟ ରାଓ ଏବଂ ବିଶାଖାପାଟଣାର ଡି. ସତୀଶ କୁମାର । ଆର୍ଥିକ କାରବାରକୁ ନେଇ ଏହି ଏସିଡ ମାଡ ହୋଇଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଜପତି ଏସପି ଯତୀନ୍ଦ୍ର କୁମାର ପଣ୍ଡା ସୂଚନା ଦେଇଛନ୍ତି । ୨୦୦୫ ମସିହାରେ ଜଣେ ବସ ମାଲିକ ପୂର୍ବତନ ବ୍ୟାଙ୍କ ଶାଖା ପରିଚାଳକ ଡି.ଭେଙ୍କଟ ରାଓଙ୍କ ଠାରୁ ୩୧ଲକ୍ଷ ଟଙ୍କା ନେଇଥିଲେ । ଏହି ଟଙ୍କା ଫେରାଇନଥିଲେ । ପରେ ତାଙ୍କ ସହୟତାରେ ବ୍ୟାଙ୍କରୁ ୫୫ଲକ୍ଷ ଟଙ୍କା ଋଣ ନେଇଥିଲେ । ଧାର ନେଇଥିବା ଟଙ୍କାକୁ ସଂପୃକ୍ତ ବସ ମାଲିକ ଫେରାଇନଥିଲେ । ତେବେ ଏହି ବାବଦ ସମସ୍ତ କାଗଜପତ୍ର ଏବଂ ଚେକ ମଧ୍ୟ ଆଇନଜୀବି ପି.ରାମା ରାଓଙ୍କ ନିକଟରେ ରହିଥିଲା । ଭେଙ୍କଟ ରାଓ ବାରମ୍ବାର ସେସବୁ ମାଗିଥିଲେ ମଧ୍ୟ ରାମା ରକାଓ ତାହାକୁ ଦେଇନଥିଲେ । ଏହି ଘଟଣାକୁ ନେଇ ଭାଙ୍ଗିପଡିଥିବା ଭେଙ୍କଟ ରାଓ ଆଇନଜୀବିଙ୍କୁ ପାନେ ଦେବା ପାଇଁ ବିଶାଖପାଟଣାର ଡି. ସତୀଶ କୁମାରଏବଂ ତାଙ୍କର ଜଣେ ବନ୍ଧୁଙ୍କ ସହ ଯୋଗାଯୋଗ କରି ସେଠାରୁ ହିଁ ଏସିଡ କିଣି ପଠାଇଥିଲେ । ସଂପୃକ୍ତ ଦୁଇ ଜଣ ଯୁବକ ଆଇନଜୀବିଙ୍କ ଘରକୁ ଯାଇ ଏସିଡ ମାଡ କରିଥିବା ଏସପି କହିଛନ୍ତି । ଅନ୍ୟ ଜଣେ ଅଭିଯୁକ୍ତକୁ ଅତିଶୀଗ୍ର ଗିରଫ କରାଯିବ ବୋଲି ପୁଲିସ କହିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now