ପୁଣି ସାମ୍ନା କୁ ଆସିଲା ଜନନୀ ଯନ୍ତ୍ରଣା ର ଘଟଣା । ନାଳ ସାଜିଲା ବାଧକ । ଗାଁ କୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଏକ କିଲୋମିଟର ବାଟ ଖଟିଆ ରେ ବୁହାହେଲେ ପ୍ରଶୃତି । ଏଭଳି ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା ବାଣୀଭୂଷଣପୁର ପଞ୍ଚାୟତ ଅନ୍ତର୍ଗତ ଡିଗିସିରା ଗ୍ରାମ ରେ ଘଟିଥିବା ସୂଚନା ମିଳିଛି । ଗର୍ଭବତୀ ମହିଳା ଜଣକ ହେଲେ ଡିଗିସିରା ଗ୍ରାମ ର ରବୀନ୍ଦ୍ର ଜାନୀ ଙ୍କ ପତ୍ନୀ ରଞ୍ଜିତା ଜାନି । ତାଙ୍କୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ଗୋଷ୍ଠୀ ଚିକିତ୍ସାକେନ୍ଦ୍ର ରେ ଭର୍ତ୍ତି କରାଯାଇଛି ।
ସୂଚନାମୁତାବକ ଆଜି ବୌଦ୍ଧ ଜିଲ୍ଲାର ଡିଗିସିରା ଗ୍ରାମ ର ରବୀନ୍ଦ୍ର ଜାନୀ ଙ୍କ ପତ୍ନୀ ରଞ୍ଜିତା ଜାନି ଙ୍କୁ ସକାଳୁ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଏହା ଦେଖି ପରିବାର ଲୋକେ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ । ଖବର ପାଇ ଆମ୍ବୁଲାନ୍ସ ଆସି ଥିଲେ ସୁଦ୍ଧା ଗାଁ କୁ ଯାଇ ପାରିନଥିଲା । ଗାଁ କୁ ଆମ୍ବୁଲାନ୍ସ ଯିବା ପାଇଁ ବାଟ ଅଟକାଇ ଥିଲା ଲକ୍ଷ୍ମୀ ନାଳ । ଆଉ ଗାଁ କୁ ଯାଇ ପାରିନଥିଲା ଆମ୍ବୁଲାନ୍ସ । ଏକ କିଲୋମିଟର ଦୂର ରେ ଅଟକି ରହିଥିଲା । ପରେ ଆମ୍ବୁଲାନ୍ସ କର୍ମଚାରୀ ମାନେ ଗାଁ କୁ ନାଳ ଡେଇଁ ଚାଲି ଚାଲି ଯାଇଥିଲେ । ପରେ ଗ୍ରାମବାସୀ ଓ ଆମ୍ବୁଲାନ୍ସ କର୍ମଚାରୀମାନେ ମିଶି ବାଧ୍ୟ ହୋଇ ପ୍ରସବାଙ୍କୁ ଖଟିଆ ରେ ବୋହି ଏକ କିଲୋମିଟର ବାଟ ଆଣିଥିଲେ ।
ଆଣ୍ଠୁଆ ପାଣି ରେ ନାଳ ପାର କରି ଆଣିଥିଲେ । ପ୍ରଶୃତିଙ୍କୁ ଗୁରୁତର ଅବସ୍ଥାରେ ଏବେ ଆମ୍ବୁଲାନ୍ସ ରେ ପୁରୁଣାକଟକ ଚିକିତ୍ସାକେନ୍ଦ୍ର ରେ ଭର୍ତ୍ତି କରାଯାଇଛି । ଏ ଗୋଟିଏ ଘଟଣା ନୁହେଁ ପ୍ରତିବର୍ଷ ଏଭଳି ଆମ ଗାଁ ରେ ଅନେକ ମହିଳାଙ୍କୁ ଆମେ ଖଟିଆ ରେ ବୋହି ନେବାକୁ ପଡୁଛି । ଏମିତି କି ଅନେକ ପ୍ରଶୃତିଙ୍କ ଜୀବନ ମଧ୍ୟ ଯାଇଛି । ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ଆମ ଗାଁ କୁ ରାସ୍ତା କି ବ୍ରିଜ କରୁନି ଯାହାଫଳରେ ଆମେ ବହୁ ଅସୁବିଧା ସମ୍ମୁଖୀନ ହେଉଛୁ ବୋଲି କହି ପ୍ରଶାସନ ଉପରେ ନିଜ ଅକ୍ରୁଶ କଥା ଗ୍ରାମବାସୀ କହିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now