ଆତ୍ମହତ୍ୟା କଲେ ଦୁଇ ସପ୍ତମ ଶ୍ରେଣୀ ଛାତ୍ରୀ

ସ୍କୁଲ ୟୁନିଫର୍ମ ରେ ଆତ୍ମହତ୍ୟା କରିଛନ୍ତି ଦୁଇ ସପ୍ତମ ଶ୍ରେଣୀ ଛାତ୍ରୀ l ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ମନମକୋଣ୍ଡା ଗ୍ରାମପଂଚାୟତ ବିଲିଗୁଡା ଗ୍ରାମରେ । ଜଙ୍ଗଲରେ ଦୁଇଜଣ ଛାତ୍ରୀ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରୁଛନ୍ତି । ମୃତ ଛାତ୍ରୀ ମାନେ ହେଲେ ଏମ. ଭି -74ଗ୍ରାମର ଜୋତି ହାଲଦାର ଏବଂ ଏମ. ଭି – 126ଗ୍ରାମର ମନ୍ଦିରା ସୋଡି l ଉଭୟ ଏମ. ଭି -72 ଗ୍ରାମର ନୋଡାଲ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିଲେ l

ସୂଚନାଅନୁଯାୟୀ ,ଗତ ଗୁରୁବାର ଦିନ ଠାରୁ ବିଦ୍ୟାଳୟକୁ ଯାଇ ଆଉ ଘରକୁ ଫେରିନଥିଲେ ଛାତ୍ରୀ l ଏନେଇ ଶୁକ୍ରବାର ଦିନ କାଲିମେଳା ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ l ଆଜି ବିଲିଗୁଡା ଗ୍ରାମବାସୀ ଦୁଇ ଛାତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ l ପରେ ଗ୍ରାମବାସୀ ଏବଂ ପରିବାର ଲୋକେ ଘଟଣା ସ୍ଥଳରେ ପହଁଞ୍ଚିଛନ୍ତି l

ତେବେ କେଉଁ କାରଣ ଯୋଗୁଁ ଦୁଇ ନାବାଳିକା ଏହିଭଳି ଚରମ ନିଷ୍ପତି ନେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ l ସେପଟେ ପୋଲିସ ଏହି ଘଟଣା କୁ ଗୁରୁତର ଭାବରେ ଗ୍ରହଣ କାରି ତଦନ୍ତ ଆରମ୍ଭ କରିଛି l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *