ନୂଆଦିଲ୍ଲୀ: ସେନା କୁକୁରକୁ ଦିଆଯାଇଛି ସ୍ବତନ୍ତ୍ର ତାଲିମ। ଉତ୍ତରାଞ୍ଚଳ ସେନା କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଏହି ତାଲିମ ଦେଇଛନ୍ତି। ଜମ୍ମୁର ଅମରନାଥ ଗୁମ୍ପା ନିକଟରେ ବାଦଲ ଫଟା ବର୍ଷାରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ବହୁ କ୍ଷୟକ୍ଷତି ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ସେନା ପକ୍ଷରୁ ଉଦ୍ଧାର ଓ ସହାୟତା କାର୍ଯ୍ୟରେ ସହଯୋଗ କରିବାକୁ ବିଶେଷ ଟ୍ରେନିଂ ଦିଆଯାଉଛି କୁକୁରଙ୍କୁ। ଆଜି ହୋଲି ନାମକ ଏକ କୁକୁରକୁ ଲେପ୍ଟନାଣ୍ଟ ଦ୍ବିବେଦୀ ଦେଇଛନ୍ତି ତାଲିମ।