କନେଷ୍ଟବଳଙ୍କ ମାନବିକତା

Spread the love

ରାୟପୁର:  ବର୍ତ୍ତମାନ ସମାଜରେ ସମସ୍ତ ଟଙ୍କା ପଛରେ ଗୋଡାଉଥିବା ବେଳେ ଏମିତି ବି କିଛି ବ୍ୟକ୍ତି ଅଛନ୍ତି ଯାହାଙ୍କର ଟଙ୍କା ପ୍ରତି ଲୋଭ ନାହିଁ । ଅନ୍ୟର ଜିନିଷ ଉପରେ ତାଙ୍କର ଲୋଭ ନାହିଁ । ଟଙ୍କା ପାଇଁ କେଉଁଟି ଭାଇ କୁ ଭାଇ ମାରିଦେଉଛି ତ ଆଉ କେଉଁଟି ଟଙ୍କା ପାଇଂ ସମ୍ପର୍କ ଛିନ୍ନ ହୋଇଯାଇଛି । ସେ କ୍ଷେତ୍ରରେ ଏମିତି ବି ମଣିଷ ଅଛନ୍ତି । ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଛତିଶଗଡ ରାୟପୁର ଜିଲ୍ଲାରେ ପରିବହନ ବିଭାଗରେ କନେଷ୍ଟବଲ ଭାବରେ କାର୍ଯ୍ୟ କରୁଛନ୍ତି ନିଳାମ୍ଭର ସିହ୍ନା ।ନିଳାମ୍ବର ରାସ୍ତାରେ ପଡିଥିବା ଏକ ବ୍ୟାଗ ପାଇଲେ । ବ୍ୟାଗ ଖୋଲି ଦେଖିଲା ବେଳକୁ ସେଥିରେ ୪୫ ଟଙ୍କା ରହିଛି । ଏହା ପରେ ମାନବିକତରା ପିରଚୟ ଦେଇ ବ୍ୟାଗକୁ ଧରି ସିଧା ଥାନାରେ ପହଞ୍ଚିଲେ । ଟଙ୍କା ଭର୍ତ୍ତି ବ୍ୟାଗ ଧରି ଥାନାରେ ପହଞ୍ଚିବା ପରେ ଏବେ ଚାରିଆଡେ ଚର୍ଚ୍ଚାରେ ନିଳାମ୍ବର । ପୋଲିସ ପାଖରେ ଏହି ଟଙ୍କା ଭର୍ତ୍ତି ବ୍ୟାଗ ପହଞ୍ଚିବା ପରେ ପୋଲସି ଅଧିକାରୀ ନିଳାମ୍ବରଙ୍କୁ ସମ୍ମାନିତ କରିଛନ୍ତି ।  ସେପଟେ ପୋଲିସ ତନାଘନା କରିବା ସହ ଆୟକର ବିଭାଗକୁ ସୂଚନା ଦେଇଛନ୍ତି ।ଗୋଟିଏ ପଟେ ନିଳାମ୍ବର ୪୫ ଲକ୍ଷ ଟଙ୍କା ବ୍ୟାଗ ଥାନାରେ ଜିମା ଦେଇଥିବା ବେଳେ ଆଉ ଏକ କଥା ସାମ୍ନାକୁ ଆସିଛି । ନିଳାମ୍ବର କହିଛନ୍ତି ସେ ରାସ୍ତାରୁ ବ୍ୟାଗ ପାଇବା ପରେ ଏଥିରେ କଣ ଅଛି ରାସ୍ତା କଡରେ ବ୍ୟାଗଟି ଖୋଲି ଟଙ୍କା ଗଣୁଥିଲେ। ଏହି ସମୟରେ ଜଣେ ଅଟୋ ଚାଳକ ତାଙ୍କ ନିକଟକୁ ଆସି ଏକ ୫ ଶହ ଟଙ୍କିଆ ନୋଟର ବଣ୍ଡଲ ଧରି ପଲାଇଯାଇଥିଲା। ପୋଲିସ ନିଳାମ୍ବରଙ୍କ ସୂଚନା  ମୁତାବକ ରାତିସାରା ଛାନଭିନ କରି ଅଟୋ ଚାଳକଙ୍କୁ ଧରିବା ସହ ତାଙ୍କ ନିକଟରୁ ୫ ଲକ୍ଷ ଟଙ୍କା ଜବତ କରିଛି ।

ସ୍ମରଜିତ୍ ଆର୍ଯ୍ୟଙ୍କ ଖବର

Leave a Reply

Your email address will not be published. Required fields are marked *