ଯୋରନ୍ଦା ମେଳାରେ ଜଳିଲା ଝାଡ ଦୀପ

ଯୋରନ୍ଦା ମେଳାରେ ଜଳିଲା ଝାଡ ଦୀପ। ପବିତ୍ର ମାଘ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଆରମ୍ଭ ହୋଇଥିବା ବେଳେ, ଶୂନ୍ୟ ମହାପ୍ରଭୁଙ୍କ ଉପାସନା ପାଇଁ ଚଳଚଞ୍ଚଳ ଢେଙ୍କାନାଳର ଯୋରନ୍ଦା ମହିମା ଗାଦୀ। ଯୋରନ୍ଦା ମେଳା ଅବସରରେ ମହିମା ସାଧୁସନ୍ଥ, ବିଭିନ୍ନ ପ୍ରାନ୍ତରର ଶ୍ରଦ୍ଧାଳୁ ଏବଂ ବିଦେଶୀ ପର୍ଯ୍ୟଟକଙ୍କ ସମାଗମ ଦେଖିବାକୁ ମିଳିଛି। ଯୋରନ୍ଦା ମାଘ ମେଳାରେ ମହଣ ମହଣ ଘୃତାଘୃତିରେ ଝାଡ଼ ଦୀପ ଲାଗି ହେଉଛି। ସଧ୍ୟାରେ ଗାଦି, ଶୂନ୍ୟ ମନ୍ଦିର ଭଳି ଦୁଇ ମହିମା ସମାଜଙ୍କ ମନ୍ଦିର ଚତୁଃପାର୍ଶ୍ଵରେ  ବିରାଟକାୟ ଝାଡ଼ ଦୀପ ପ୍ରଜ୍ବଳନ ହେଉଛି। ଦୁଇ ଦିନ ଧରି ମହିମା ସମାଜ ପକ୍ଷରୁ ପାରମ୍ପରିକ ନୀତି ସହକାରେ ଧାର୍ମିକ ବାତାବରଣ ମଧ୍ୟରେ ଆନୁଷ୍ଠାନିକ ଭାବେ ମେଳା କାର୍ଯ୍ୟ ସମ୍ପର୍ଣ୍ଣ ହେବାକୁ ପୂର୍ବ ସୂଚନା ଥିବା ବେଳେ ସପ୍ତାହେ ବ୍ୟାପୀ ମନ୍ଦିର ବାହାରେ ରହିବ ବ୍ୟବସାୟିକ ପସରା। ଚଳିତ ବର୍ଷ ମାଘ ମେଳାକୁ ଲକ୍ଷାଧିକ ମହିମା ସାଧୁ ଓ ଭକ୍ତଙ୍କ ସମାଗମ ପରିଲିଖିତ ହୋଇଛି।

ବିଶ୍ୱର କଲ୍ୟାଣ ଉଦେଶ୍ୟରେ ମହିମା ଧର୍ମ ମୁଖ୍ୟ ସ୍ଥଳ ଯୋରନ୍ଦା ମହିମା ଧାମରେ ଜାରି ରହିଛି ଉପାସନା। ଏପଟେ, ବିଗତ ବର୍ଷରେ କୌପୀନଧାରୀ ମହିମା ସନ୍ୟାସୀଙ୍କ ମନ୍ଦିର ଭଗ୍ନ କରାଯିବା ଦୁଃଖଦ ଘଟଣା କୌପୀନ ମହିମା ସନ୍ୟାସୀଙ୍କ ମହଲରେ ମନରୁ ଲିଭି ନଥିବା ନେଇ ଏଭଳି ସମୟରେ ପୁନର୍ବାର ଦୁଃଖ ବଖାଣି ମନ୍ଦିର ଭାଙ୍ଗିଲା ଭଳି ପୂର୍ବ ସରକାର ବି ଭାଙ୍ଗିଗଲା ବୋଲି କଡ଼ା ନିନ୍ଦା ପ୍ରକଟ କରିଛନ୍ତି କୌପୁନିଧାରୀ ମହିମା ସମାଜ ମୁଖ୍ୟ ବାବା ରଘୁନାଥ ଦାସ। ଅନ୍ୟପଟେ,   ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥାକୁ କଡାକଡି ରଖାଯାଇଛି।

ଶୂନ୍ୟ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନରେ  ଆନନ୍ଦିତ ଶ୍ରଦ୍ଧାଳୁ, ଜଗତର ସମସ୍ତ ପ୍ରାଣୀଙ୍କ ମଙ୍ଗଳ ଉଦେଶ୍ୟରେ ମାଘ ଚତୁର୍ଦ୍ଦଶୀ ଏବଂ ପୂର୍ଣ୍ଣିମା ଅବସରରେ  ମହିମା ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଲାଭ ନିମନ୍ତେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *