ଅନ୍ୱେଷା ହଷ୍ଟେଲର ପୂର୍ବତନ ଅଧୀକ୍ଷକ ରାଜେନ୍ଦ୍ର ସାହୁ ସସପେଣ୍ଡ

ଗଜପତିରେ ଅନ୍ୱେଷା ହଷ୍ଟେଲର ପୂର୍ବତନ ଅଧୀକ୍ଷକ ରାଜେନ୍ଦ୍ର ସାହୁ ନିଲମ୍ୱିତ। ହଷ୍ଟେଲ ଅନ୍ତେବାସୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ଆଧାରରେ ନିଲମ୍ୱନ କଲେ ଜିଲ୍ଲାପାଳ। ଗତ ୪ତାରିଖରେ ରାଜେନ୍ଦ୍ରଙ୍କୁ ଅନ୍ୱେଷା ଅଧୀକ୍ଷକ ପଦରୁ ଆବରସିଂ ଆଶ୍ରମ ବିଦ୍ୟାଳୟକୁ ବଦଳି କରାଯାଇଥିଲା। ୭ ତାରିଖରେ ବଦଳି ଆଦେଶରେ ପରିବର୍ତ୍ତନ କରାଯାଇ ବାପନବୁଡି ସେବାଶ୍ରମକୁ ପଠାଯାଇଥିଲା। ରାଜେନ୍ଦ୍ର ଅନ୍ତେବାସୀଙ୍କୁ ଶାରୀରିକ ଏବଂ ଯୌନ ନିର୍ଯାତନା ଦେଉଥିବା ତଦନ୍ତ ସମୟରେ ଜାଣିବାକୁ ପାଇଛି ତଦନ୍ତ କମିଟି। ତଦନ୍ତ କମିଟିର ରିପୋର୍ଟ ଆଧାରରେ ରାଜେନ୍ଦ୍ରଙ୍କୁ ନିଲମ୍ୱନ କରାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *