କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ନରସିଂହପୁରରେ ଅଭାବନୀୟ ଘଟଣା । ଅଙ୍ଗନୱାଡି ତାଜା ଖସି ସିମେଣ୍ଟ ଖଣ୍ଡ ତଳେ ଖସି ପଡିଯାଇଥିଲା । ଆଜି ସକାଳ ସାଢେ ୯ଟା ବେଳେ ସଫା ସୁତୁରା କରୁଥିବାବେଳେ ଉପରୁ ସିମେଣ୍ଟ ଖଣ୍ଡ ଖସିପଡିବା ସହ ଲୁହାଛଡ ଦିସୁଛି । ସୌଭାଗ୍ଯ ବସତଃ ସେତେବେଳେ ଶିଶୁମାନେ ଅଙ୍ଗନୱାଡି ଆସିଥିଲେବି ମମତା ଗୃହରେ ଥିବାରୁ ଅଳ୍ପକେ ବିପଦ ମୁହଁ ରୁ ବର୍ତ୍ତି ଯାଇଥିଲେ ।
ତେବେ ଏହି ଅଙ୍ଗନବୱାଡି ୧୯୯୯ ମସିହା ଠାରୁ ନିର୍ମାଣ ହୋଇଛି । ଆଜକୁ ୨୫ବର୍ଷ ହେଲାଣି ଘର ଚଟାଣ ଭାଙ୍ଗି ରୁଜି ଯାଇଥିବାବେଳେ ଛାତ ଏବଂ ତାଜା କାନ୍ଥ ଭାଙ୍ଗି ବିପଦ ସଂଙ୍କୁଳ ଅବସ୍ଥାରେ ରହିଥିଲା। ଏହି ସମସ୍ୟା ବିଷୟରେ ଅଙ୍ଗନୱାଡି ପାଚିକା ନିଲୁମଣି ମହାକୁଡ ଙ୍କୁ ପଚାରିବାରୁ ନୂତନ ଗୃହ ନିର୍ମାଣ କରିବା ପାଇଁ ସଦର ବିଡିଓ ଙ୍କୁ ଅଭିଯୋଗ କରିଛୁ ବୋଲି କହିଛନ୍ତି ।
ମାତ୍ର ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ପିଲାମାନଙ୍କ ପ୍ରତି ବିପଦ ରହିଥିବା ଅଭିଯୋଗ କରିଥିଲେ । ଆଜି ତାଜା ଖସିବା ପରେ ୩୮ଜଣ ଶିଶୁ ନିକଟ ରେ ଥିବା ମମତା ଗୃହ ରେ ବସି ପାଠ ପଢୁୁଛନ୍ତି ।ଏହାଛଡା ପିଲାମାନଙ୍କ ସୁରକ୍ଷା ପାଇଁ ଚତଃପାଶ୍ୱର୍ରେ ପାଚେରୀ ନିର୍ମାଣ କରାଯାଇନାହିଁ । କେବଳ ବିଦ୍ୟାଳୟ ସମ୍ମୁଖ ରେ ଅଳ୍ପ ତାର ବାଡ ଦିଆଯାଇଥିବାରୁ କୁକୁର ଗାଈ ଛେଳି ପଶୁ ପକ୍ଷୀ ଭିତରକୁ ପ୍ରବେଶ କରୁଛନ୍ତି । ଅଙ୍ଗନୱାଡି ଏବଂ ପ୍ରାଥମିକ ବିଦ୍ୟାଳୟ ଦ୍ୱୟ ଲାଗି ରହିଥିବାବେଳେ ଉଭୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ପ୍ରତି ବିପଦ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତୁରନ୍ତ ନୂତନ ଅଙ୍ଗୱାଡି ଗୃହ ନିର୍ମାଣ ସହିତ ପାଚେରୀ ନିର୍ମାଣ କରିବାକୁ ଦାବି ହୋଇଛି । ଏହି ସମସ୍ୟା ସମ୍ପର୍କରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କହିଛନ୍ତି ତୁରନ୍ତ ପିଲା ମାନଙ୍କୁ ଅନ୍ୟ ସ୍ଥାନରେ ପାଠ ପଢା ଯିବ ଓ ଆଉ ଏକ ନୂତନ ଗୃହ ନିର୍ମାଣ କରାଯିବ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now