ରାସ୍ତାରେ ଧାନ ବସ୍ତା ରଖି ପ୍ରତିବାଦ

ରାସ୍ତାରେ ଧାନ ବସ୍ତା ରଖି ପ୍ରତିବାଦ କରୁଛନ୍ତି ଚାଷୀ l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସାଲେପୁର ରାଇସୁଙ୍ଗୁଡା ସେବା ସମବାୟ ସମିତି ଅଧିନ ରାଇସୁଙ୍ଗୁଡା ମୁଖ୍ୟ ବଜାରରେ । ସରକାର ଚାଷୀଙ୍କ  ସୁବିଧା ପାଇଁ  ସମସ୍ତ ବ୍ୟବସ୍ଥା କରୁଥିବା ବେଳେ ମିଲର ଏବଂ ସୋସାଇଟିର ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ  ଧାନ ମଣ୍ଡି ସମସ୍ୟା ଲାଗି ରହିଛି । କଟନି ଛଟିନ୍ ସହ ମିଲରଙ୍କ ମାନମାନି ଯୋଗୁ ଏବେ ଟୋକନ ଥାଇ ଆଇ ସ୍କାନ ସରିବା ପରେ ବି ମିଲର ମଣ୍ଡିରୁ ଧାନ ଉଠାଉ ନାହିଁ। ଚାଷୀ ମଣ୍ଡିରେ ଧାନ ଆଣି ରାତିରାତି ଉଜାଗର ରହିବାକୁ ପଡୁଛି। ଏବେ ଟୋକନ ଲ୍ୟାପ୍ସ କରିଗଲାଣି। ତେଣୁ ଚାଷୀ ବାଧ୍ୟ ହୋଇ ରାଜରାସ୍ତାରେ ଛିଡ଼ା ହେବାକୁ ପଡିଛି । କଟକ ଜିଲ୍ଲାର ସାଲେପୁର ବ୍ଲକ ଅଧିନସ୍ତ ରାଇସୁଙ୍ଗୁଡ଼ା ସେବା ସମବାୟ ସମିତିରେ ଶତାଧିକ ଚାଷୀଙ୍କ ଟୋକନ ଅବଧି ସରିଥିବା ବେଳେ ମିଲର୍ ଙ୍କ ଦେଖା ନାହିଁ। ଫଳରେ ଚାଷୀ ମାନେ ଧାନ ଦେଇ ନ ପାରି ହତାଶ ହୋଇଛନ୍ତି। ମିଲର ଓ ସୋସାଇଟିର ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ରାଇସୁଙ୍ଗୁଡା ରାଜରାସ୍ତା ରେ ଧାନ ବସ୍ତା ରଖି ରାସ୍ତା ଉପରେ ବସିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *