୧୯ରୁ ତୋଷାଳୀ ମେଳା-ଏଥର ବେପାର ଟାର୍ଗେଟ ୨୮ କୋଟି

ମାର୍ଚ୍ଚ ୧୯ରୁ ୩୧ ଯାଏ ଭୁବନେଶ୍ୱର ଜନତା ମଇଦାନରେ ହେବ ତୋଷାଳି ଜାତୀୟ ହସ୍ତତନ୍ତ ମେଳା। ଦିନ ୩ଟାରୁ ରାତି ୧୦ଟା ଯାଏ ଖୋଲାରହିବ ମେଳା। ଏଥର ୩୦ଲକ୍ଷ ଜନସମାଗମ ସହ ୨୮ କୋଟି ଟଙ୍କାର ବେପାର ଆଶା ରହିଛି। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଭାରତ ସରକାରଙ୍କ ହସ୍ତତନ୍ତ ମନ୍ତ୍ରାଳୟ ତଥା ସିଡାକର ମିଳିତ ସହଯୋଗରେ ୧୯ତମ ତୋଷାଳୀ ମେଳା ହେବାକୁ ଯାଉଛି। ଚଳିତ ବର୍ଷ ୬୫୦ରୁ ଅଧିକ ଷ୍ଟଲ ପଡ଼ିବ। ବିଭିନ୍ନ ରାଜ୍ୟରୁ ୧୫୦ଟି ଷ୍ଟଲରେ ୫୦ଜଣ ବୁଣାକାର ସେମାନଙ୍କ କଳା ପ୍ରଦର୍ଶନ କରିବେ। ସେହିଭଳି ରାଜ୍ୟ ହସ୍ତଶିଳ୍ପ ନିର୍ଦେଶାଳୟ ପ୍ରାୟୋଜିତରେ ୨୫୦ କାରିଗର ଓ ବୟନଶିଳ୍ପ ନିର୍ଦେଶାଳୟ ପ୍ରାୟୋଜିତରେ ୧୧ ବୁଣାକାର ଉତ୍ପାଦ ଷ୍ଟଲରେ ପ୍ରଦର୍ଶନ କରିବେ ବୋଲି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ୨୫ଶହ ବର୍ଗଫୁଟ୍ ପରିମିତ ଅଞ୍ଚଳରେ ପ୍ରସ୍ତୁତ ହୋଇଛି ଏଥର ଥିମ୍ ପାଭିଲିଅନ ଶିଳ୍ପ ସୃଜନୀ। ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ ଫ୍ୟାସନ ସୋ ହେବ। ଗଲା ବର୍ଷ ତୋଷାଳୀ ମେଳାରେ ୨୫ଲକ୍ଷ ଜନସମାବେଶ ସହ ୨୫ କୋଟି ଟଙ୍କାର ବାଣିଜ୍ଯ କାରବାର ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ମେଳାକୁ ଉଦଘାଟନ କରିବେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *