ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ

ଆସନ୍ତା ମେ ୨୧ ତାରିକରେ ପୁରୀ ଜିଲ୍ଲା କଣାସ ବ୍ଲକ ଗୋପୀନାଥପୁର ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ନେଇ ନିର୍ବାଚନ ଅନୁଷ୍ଠିତ ହେବ l ହାଇକୋର୍ଟ ନିର୍ଦେଶ ଅନୁଯାଇ ଏହି ନିର୍ବାଚନ କରାଯିବ ବୋଲି କହିଛନ୍ତି ଉପଜିଲ୍ଲପାଳ l ଗତ ୨୮ତାରିକ ଦିନ ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ଥାବ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ଗ୍ରାମପଞ୍ଚୟାତର ୱାର୍ଡ ସଭ୍ୟ ସଭ୍ୟା ଓ ସତ୍ୟବାଦୀର ପୂର୍ବତନ ବିଧାୟକ l କିଛି ଦିନ ତଳେ ପାଇକମରାସ୍ଥିତ ମଙ୍ଗଳା ମନ୍ଦିର ପୀଠରେ ଧନମଣି ଜେନାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା  l ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ମାନେ ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକୁ ବରଦାସ୍ତ କରାଯିବନି ବୋଲି ମତ ପ୍ରକାଶ ପାଇଥିଲା l ଏକ ଆଲୋଚନା ନେଇ ସରପଞ୍ଚକୁ ଅନାସ୍ଥା ପ୍ରସ୍ତାବକୁ ଆଗତ କରିବା ପାଇଁ ଉପଜିଲ୍ଲପାଳଙ୍କୁ ଲିଖିତ ଆକାରରେ ଜଣାଗଲା ଅନାସ୍ଥା ପ୍ରସ୍ତାବକୁ ଗୃହୀତ କରି କାର୍ଯ୍ୟଅନୁଷ୍ଠାନ ନେବା ପାଇଁ କିନ୍ତୁ ଉପଜିଲ୍ଲାପାଳ ଏହା ପ୍ରତି କୌଣସି କାର୍ଯ୍ୟଅନୁଷ୍ଠାନ ନନେବା ସହ ଆଲୋଚନା ମଧ୍ୟ କରିଲେ ନାହିଁ l ପରେ ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ ଗ୍ରାମପଞ୍ଚୟାତର ସଭ୍ୟ ସଭ୍ୟା l ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଗୋପୀନାଥପୁର ଗ୍ରାମପଞ୍ଚୟାତର ସଭ୍ୟ ସଭ୍ୟା ମାନେ ଧାରଣା ଦେଇ ହାଇକୋର୍ଟଙ୍କ ନିର୍ଦ୍ଧେଶ ଅନୁସାରେ କଣ ପାଇଁ ନିର୍ବାଚନ କରାଯାଉନାହିଁ ବୋଲି ପ୍ରଶ୍ନ କରିଥିବାବେଳେ ଆସନ୍ତା ୨୧ତାରିକରେ ନିର୍ବାଚନ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *