ରାଜରାସ୍ତରେ ଗର୍ଜିଲା ଓଡ଼ିଶା ସରକାରୀ ଆଉଟ ସୋର୍ସିଙ୍ଗ୍ କର୍ମଚାରୀ ମହାସଂଘ। ମୁଖ୍ୟମନ୍ତ୍ରୀ ଅମଲାତନ୍ତ୍ରର ଫାଶରୁ ବାହାରି ନିଜ କଥା ରକ୍ଷା କରିବା ସହ ନ୍ୟାୟ ଦେବାକୁ ଦାବି କରିଛି ସଂଘ। ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗରେ ହଜାର ହଜାର କର୍ମଚାରୀ ବିଶାଳ ବିକ୍ଷୋବ ପ୍ରଦର୍ଶନ କରିଛନ୍ତି। କ୍ଷମତାକୁ ଆସିଥିବା ବିଜେପି ସରକାର କ୍ଷମତାକୁ ଆସୁ ଆସୁ ଅତ୍ୟନ୍ତ ଅମାନୁଷିକ ଭାବେ ବର୍ଷ ବର୍ଷ ସେବା ଯୋଗାଇ ଆସୁଥିବା ବିଭିନ୍ନ ବିଭାଗର ହଜାର ହଜାର କର୍ମଚାରୀଙ୍କ ଛଟେଇ କରି ସେମାଙ୍କର ପରିବାର ପେଟରୁ ଦାନ ଛଡେଇ ନେଇଥିବା କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି। ଆଉଟସୋର୍ସିଙ୍ଗ ଭଳି ଏକଶୋଷଣକାରୀ ବ୍ୟବସ୍ଥାରେ ଛନ୍ଦି ହୋଇ ସ୍ୱଳ୍ପ ପାରିଶ୍ରମିକରେ ସେବା ଯୋଗାଇ ଆସୁଥିଲେ ମଧ୍ୟ ସେମାନଙ୍କୁ ସ୍ଥାୟୀ ମାନ୍ୟତା ମିଳିପାରି ନାହିଁ। ସେହିପରି ତୃତୀୟ ପକ୍ଷ ଦ୍ୱାରା ନିଯୁକ୍ତ କର୍ମଚାରୀଙ୍କୁ ଦୁଇଭାଗରେ ବିଭକ୍ତ କରି ଗୋଟିଏକୁ ପୂର୍ବ ସରକାର ଦେଇଥିବା ଦରମା ବୃଦ୍ଧି, ସାମୟିକ ଛୁଟି ମାତୃତ୍ୱକାଳୀନ ଛୁଟି, ଦୀର୍ଘ ସେବା ପାଇଁ ପ୍ରୋଶ୍ଚାହନ ରାଶି, ସଠିକ ସମୟରେ ଦରମା , ଇ.ଏସ.ଆଇ, ଇପିଏଫର ଭରଣା ସମ୍ପର୍କରେ ନୀତି ନିର୍ଘଣ୍ଟ କରିବାସହ ବିଭିନ୍ନ ସୁବିଧା ଓ ଅସୁବିଧା ପାଇଁ ଏକାଧିକ ବ୍ୟବସ୍ଥା କରିଥିଲେ ବି ତାହାର କିଛି ସୁଫଳ ମିଳିପାରିନଥିବା କହିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now