ନ୍ୟାୟପାଳିକା ଉପରେ ଆକ୍ରମଣ ଏକ ଟ୍ରେଣ୍ଡ

ଗଣମାଧ୍ୟମ ପ୍ରତି ନ୍ୟାୟପାଳିକା ମଧ୍ୟରେ କୁହୁଳୁଥିବା ଅସନ୍ତୋଷ ସମୟ ସମୟରେ ବୟାନ ଆକାରରେ ପଦାକୁ ଆସୁଛି। ପୂର୍ବରୁ ମୁଖ୍ୟ ବିଚାରପତିଙ୍କ ଗଣମାଧ୍ୟମ ଦ୍ଵାରା କଙ୍ଗାରୁ କୋର୍ଟକୁ ନେଇ ବୟାନ ପରେ ଗୁରୁବାର ଦିନ ବଚାର ପତି ଡି ୱାଇ ଚନ୍ଦ୍ରଚୂଡ ପୁଣି ନିଜ ଅକ୍ରୋଶ ପ୍ରକାଶ କରିଛନ୍ତି। ବର୍ତ୍ତମାନ ନ୍ୟାୟପାଳିକା ଉପରେ ଆକ୍ରମଣର ଟ୍ରେଣ୍ଡକୁ ନେଇ ଭର୍ତ୍ସନା କରିଛନ୍ତି।ଗଣମାଧ୍ୟମ ଉପରେ ବର୍ଷିଲେ ବିଚାରପତି। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ବର୍ଷିଲେ ନ୍ୟାୟପାଳିକା ବିରୋଧରେ ପ୍ରକାଶ ପାଇଥିବା ଆଲଖ୍ୟ ଉପରେ। ଆମକୁ ଏକ ବ୍ରେକ ଦରକାର। ବିଚାରପତିଙ୍କୁ ଆକ୍ରମଣ କରିବାର ଏକ ସୀମା ରହିଛି ବୋଲି ବିଚାରପତି କହିଛନ୍ତି। ଗୁରୁବାର ଦିନ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଉପରେ ହେଉଥିବା ହିଂସା ମାମଲାକୁ ଗୁରୁତ୍ବ ଦେଇ ତ୍ବରିତ ଶୁଣାଣି କରିବାକୁ ଓକିଲଙ୍କ ଅପିଲ ପରେ ବର୍ଷିଛନ୍ତି ଜଷ୍ଟିସ ଚନ୍ଦ୍ରଚୂଡ।

ଆମକୁ ବିରତି ଦିଅ। ମାମଲାର ଶୁଣାଣିରେ ଜଡିତ ଜଣେ ବିଚାରପତି କୋଭିଡରେ ସଂକ୍ରମିତ ହେବାରୁ ଶୁଣାଣି ହୋଇପାରି ନ ଥିଲା। ତେବେ ବିଚାରପତିଙ୍କୁ ଟାର୍ଗେଟ କରିବାର ଏକ ସୀମା ରହିଛି… କିଏ ଏହି ଖବର ପ୍ରକାଶ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଚାରପତି । ତେବେ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ପାଇଁ ରାଜି ହେବା ସହ ଏହାକୁ ତାଲିକାଭୂକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କହିଛନ୍ତି, ନୋହିଲେ ଆଉ ଏକ ଖବର ପ୍ରକାଶ ପାଇବ।ଏପ୍ରିଲ ମାସରେ ଏକ ରିଟ ପିଟିସନ ସୁପ୍ରିମକୋର୍ଟରେ ଦାୟର କରାଯାଇ ସଂଖ୍ୟାଲଘୁ ଖ୍ରୀଷ୍ଟିଆନଙ୍କ ପ୍ରତି ହେଉଥିବା ହିଂସା ରୋକିବାକୁ ଅପିଲ କରାଯାଇଥିଲା।

ଜୁନ ଶେଷ ସପ୍ତାହରେ ସୁପ୍ରିମକୋର୍ଟ ପିଟିସନର ଶୁଣାଣି ପାଇଁ ଜୁଲାଇ ୧୧ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ପରେ ଏହାକୁ ଜୁଲାଇ ୧୫କୁ ଖଣ୍ଡପୀଠ ସ୍ଥଗିତ ରଖିଥିଲେ। ହେଲେ ଧାର୍ଯ୍ୟ ତାରିଖ ପୂର୍ବରୁ ଜଷ୍ଟିସ ଚନ୍ଦ୍ରଚୂଡ କୋଭିଡ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ଜୁଲାଇ ୧୯ ତାରିଖରେ କିଛି ନ୍ୟୁଜ ପୋର୍ଟାଲରେ ଏକ ଖବର ବାହାରିଥିଲା କି, ଦେଶର ସର୍ବୋଚ୍ଚ କୋର୍ଟ ଶୁଣାଣିରେ ବିଳମ୍ବ କରୁଥିବା । ଏହାର ଗୋଟିଏ ଦିନ ପରେ ଖ୍ରୀଷ୍ଟିଆନ ବିରୋଧୀ ହିଂସା ଯାଚିକାର ଶୁଣାଣିରେ ବିଳମ୍ବ, ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ଜଷ୍ଟିସ କ୍ଷୋଭ ବ୍ୟକ୍ତ କରିଛନ୍ତି।

  • ଶିଳା ରାୟଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *