ଦକ୍ଷିଣ ମେକ୍ସିକୋରେ ମୃତ୍ୟୁଘାତୀ ସ୍କୃୱର୍ମର ବିପଦ। ଯାହା ଜୀବ ଶରୀରର ଘାଆ ବା ଖୋଲା ତ୍ୱଚା ଭିତରକୁ ଯାଇ ଗଭୀର ଆଘାତ କରୁଛି। ଆଉ ଏହାର ଅନ୍ତଃପ୍ରବେଶ ପରେ ଗୃହପାଳିତ ପଶୁଙ୍କ ମାଂସକୁ ଭିତରେ ଭିତରେ ସଢ଼ାଇ ଦେଇ ମୃତ୍ୟୁ ମୁହାଁ କରିପକାଉଛି। ଗୃହପାଳିତ ପଶୁଙ୍କ ସମେତ ମାନବ ଜୀବନ ଲାଗି ବି ବଡ଼ ସଙ୍କଟ ଭାବେ ଛିଡ଼ାହେଲାଣି। ଓଆଖାକା ଓ ୱେରାକ୍ରୁଜ୍ ରାଜ୍ୟରେ ଏକ ଭୟଙ୍କର ରୋଗଯାହା ସ୍କ୍ରୁୱର୍ମ ନାମରେ ପରିଚିତ। ନ୍ୟୁ ଓ୍ୱାର୍ଲଡ ସ୍କୃଓ୍ୱର୍ମ ଏକ ପ୍ରକାର ମାଛି। ଏହାର ଲାର୍ଭା ମାତ୍ର ଗୋଟିଏ ଦିନରେ ଗଭୀର କ୍ଷତ ସୃଷ୍ଟି କରିଥାଏ। ଏହି ସ୍କୃଓ୍ୱର୍ମ ଏବେ ବେଳିଜ୍, ଗୁଆଟେମାଲା, ହଣ୍ଡରାସ, ନିକାରାଗୁଆ ଓ କୋଷ୍ଟା ରିକା ପର୍ଯ୍ୟନ୍ତ ବ୍ୟାପିଛି। ଏହା ଉତ୍ତର ଦିଗକୁ ବିସ୍ତାର ହେଉଥିବାରୁ ଯୁକ୍ତରାଷ୍ଟ୍ରର ଟେକ୍ସାସ୍ ଓ ଅନ୍ୟାନ୍ୟ ରାଜ୍ୟ ମଧ୍ୟରେ ଏହା ଫେରି ଆସିପାରେ ବୋଲି ଅନୁମାନ କରାଯାଉଛି।ମେ ୧୧, ୨୦୨୫ ରୁ ଯୁକ୍ତରାଷ୍ଟ୍ର ମେକ୍ସିକୋରୁ ଗାଈ, ଘୋଡ଼ା ଓ ବାଇସନ୍ ଆମଦାନି ନିଷେଧ କରିଛି। ସ୍କ୍ରୁୱର୍ମ ଦେଶରେ ପ୍ରବେଶ କରି ନପାରିବା ପାଇଁ ଏହି ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।ଏହି ସମସ୍ୟାକୁ ମୁକାବିଲା ପାଇଁ ଦୁଇ ଦେଶ ଏକଠି ହୋଇ “Sterile Insect Technique” ବ୍ୟବହାର କରୁଛନ୍ତି – ଯେଉଁଠି ବିଜନ୍ ଝିଙ୍ଗିପୁରୁଷ ମାନଙ୍କୁ ମୁକ୍ତ କରାଯାଏ ଯାହା ଅନୁତ୍ପାଦକ ମିଳନ ଦ୍ୱାରା ପ୍ରଜନନକୁ ରୋକେ। ଏଭଳି ପେଷ୍ଟକୁ ନେଇ ଅର୍ଥନୈତିକ ପ୍ରଭାବ ପଡ଼ିଲାଣି।ମେକ୍ସିକୋ ଗୁହାଳ ଚାଷୀମାନେ ଗୋପାଳନ ବ୍ୟବସାୟରେ ଭାରି କ୍ଷତି ସହିଲେଣି। ଯୁକ୍ତରାଷ୍ଟ୍ରରେ ମାଂସ ଦାମ ଏହାର ପ୍ରଭାବରେ ବୃଦ୍ଧି ପାଇଛି। ସିରଲଏନ ଷ୍ଟେକ୍ ଦାମ ୧୦ ଡଲାରରୁ ୧୨ ଡଲାର ପର୍ଯ୍ୟନ୍ତ ଓ ଗ୍ରାଉଣ୍ଡ ବିଫ୍ ଦାମ ୫ ଡଲାରରୁ ୬ ଡଲାର ହୋଇଯାଇଛି।ଯଦିଓ ମାନବ ଉପରେ ସ୍କୃଓ୍ୱର୍ମର ଆକ୍ରମଣ ଦୁର୍ଲଭ, ତଥାପି ଖୋଲା ଘାଆ ମାଧ୍ୟମରେ ଏହି ଲାର୍ଭା ଶରୀରକୁ ଲାଗିପାରେ, ଯାହା କେବେ କେବେ ଘାତକ ହୋଇପାରେ।ସ୍କ୍ରୁୱର୍ମ ଆକ୍ରମଣ ଏକ ଗୁରୁତର ସ୍ୱାସ୍ଥ୍ୟ ଓ ଅର୍ଥନୈତିକ ସମସ୍ୟା ଭାବେ ଉଦୟ ହେଉଛି। ଏହି ରୋଗ ପାଇଁ ସଚେତନତା ଓ ସଠିକ୍ ଦମନ ନୀତି ଅତ୍ୟାବଶ୍ୟକ। ରାଜ୍ୟ ଓ ଦେଶ ମାନଙ୍କ ଏକଠି ଉଦ୍ୟମ ଦ୍ୱାରା ଏହି ଘାତକ ପ୍ରଜାତିକୁ ରୋକିପାରିବା ସମ୍ଭବ। ଗାଈମାନେ ଆକ୍ରାନ୍ତ ହେବା ପରେ ଅନେକ ଚାଷୀ ବିଭିନ୍ନ ପେଷ୍ଟ ଲଗାଉଛନ୍ତି। କିନ୍ତୁ ଏହି ପେଷ୍ଟ ବେପରୁଆ ବ୍ୟବହାର କିମ୍ବା ଭୁଲ ଉପାୟରେ ଲଗାଇଲେ, ଏହା ଗାଈମାନଙ୍କ ପାଇଁ ଘାତକ ସିଦ୍ଧ ହେଉଛି।କେତେକ ଔଷଧିୟ ପେଷ୍ଟରେ ଥିବା ରସାୟନ (ଯେପରିକି ଓର୍ଗାନୋଫସ୍ଫେଟ୍ସ, ଇଭରମେକ୍ଟିନ୍) ଯଦି ଅଧିକ ପରିମାଣରେ ଲଗାଯିବା କିମ୍ବା ଶରୀର ଭିତରକୁ ଯାଇପଡ଼ିଲେ, ଏହା ଗାଈର କିଡନି, ଲିଭର, ନର୍ଭ ସିଷ୍ଟମକୁ ନଷ୍ଟ କରି ମୃତ୍ୟୁର କାରଣ ହେଉଛି। କେତେକ ଅନୁଭବିହୀନ ଚାଷୀ ଅତି ମାତ୍ରାରେ ପେଷ୍ଟ ଲଗାଇ ଦେଉଛନ୍ତି, ବିଶେଷକରି ଖୋଲା ଘାଆ ଉପରେ।ଏହା ରାସାୟନିକ ଜ୍ୱଳା, ତ୍ୱଚା ଦ୍ୱାରା ଅତ୍ୟଧିକ ଶୋଷଣ ଓ ଶରୀରରେ ବିଷ ହୋଇ ପରିଣତିରେ ମୃତ୍ୟୁ ଘଟେ। ଏଥିରୁ ତ୍ରାହି ପାଇବାକୁ ପଶୁ ଡାକ୍ତରଙ୍କ ଦ୍ୱାରା ନିୟମିତ ଚିକିତ୍ସା ଓ ଉଚିତ ଔଷଧ ବ୍ୟବହାର କରିବା ଜରୁରୀ। ସ୍କ୍ରୁୱର୍ମ ନିୟନ୍ତ୍ରଣ ପାଇଁ Sterile Insect Technique (SIT) ଜାରି ରଖିବା। ସରକାରୀ ଅନୁମୋଦିତ ପେଷ୍ଟ ବ୍ୟବହାର କରି ସଠିକ ଭାବରେ ଉପଯୋଗ କରିବା।

Naxatra News is now on Whatsapp
Join and get latest news update delivered to you via whatsapp
Join Now