ସିନ୍ଦୂର ତ ଉଜୁଡ଼ିଗଲା- ପୁଣି ଅପରେସନ ସିନ୍ଦୂର ନାଁ କିଏ ଦେଲା

ସଂସଦରେ ଅପରେସନ ସିନ୍ଦୂର ଉପରେ ମହାବିତର୍କ ଜାରି ବେଳେ ପୁଣି ଚର୍ଚ୍ଚାରେ ରାଜ୍ୟସଭା ସାଂସଦ ତଥା ଭେଟେରାନ ଅଭିନେତ୍ରୀ ଜୟା ବଚ୍ଚନ। ଅପରେସନ ସିନ୍ଦୂରର ନାଁକୁ ନେଇ ବର୍ଷିଛନ୍ତି ଜୟା। ପହଲଗାଁଓ ଆତଙ୍କି ଆକ୍ରମଣରେ ସିନ୍ଦୂର ଉଜୁଡ଼ିଯାଇଥିଲା ବେଳେ ପୁଣି ଏଭଳି ନାଁ କାହିଁକି ବୋଲି ପଚାରିଛନ୍ତି ଜୟା। ସମାଜବାଦୀ ଦଳର ରାଜ୍ୟସଭା ସାଂସଦ ଜୟା ବଚ୍ଚନ ନିଜ ବକ୍ତବ୍ୟ ଆରମ୍ଭ କରିବା ମାତ୍ରେ ଆଗ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ। କିଏ ସେ ଲେଖକ ଯାହାକୁ ସରକାର ଭଡ଼ାରେ ଆଣି ଏଭଳି ଅପରେସନର ନାଁ ସିନ୍ଦୂର ରଖିଲେ କହି କଟାକ୍ଷ ଫିଙ୍ଗିଥିଲେ। ତେବେ ଏଭଳି ବିବୃତ୍ତିକୁ ନେଇ ଶାସକ ଦଳ ହସ୍ତକ୍ଷେପ କରି ନାରାବାଜି କରିବାରୁ ଜୟା ରାଗିଯାଇଥିଲେ। ଜଣେ ମହିଳା କହୁଥିଲା ବେଳେ କେବେ ବି ମଝିରୁ ଡିଷ୍ଟର୍ବ କରନି ଓ ନିଜ ଜିଭ ଉପରେ ନିୟନ୍ତ୍ରଣ ରଖ କହି ଗର୍ଜିଥିଲେ ଜୟା। ଏହା ସହ ଶିବସେନା ୟୁବିଟି ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଯିଏ ଜୟାଙ୍କ ପାଖରେ ବସିଥିଲେ, ଜୟାଙ୍କୁ ଶାନ୍ତ କରିବାକୁ ଯାଇ ଗାଳି ଶୁଣିଥିଲେ ଜୟାଙ୍କଠୁ। ଡୋଣ୍ଟ କଣ୍ଟ୍ରୋଲ ମି କହି ପ୍ରିୟଙ୍କାଙ୍କ ଆଡ଼କୁ ତୀକ୍ଷ୍ନ ନଜରରେ କହିଥିଲେ ଜୟା। ଆଉ ଏଭଳି ପ୍ରତିକ୍ରିୟା ଦେଖି ପ୍ରିୟଙ୍କା ମୁରୁକି ମୁରୁକି ହସିଥିଲେ। ଗୁଇନ୍ଦାର ବିଫଳତାକୁ ନେଇ ବର୍ଷିଥିଲେ ଜୟା। ଲୋକଙ୍କ ବିଶ୍ୱାସକୁ ମାରିଦେଲେ ସରକାର। ପୀଡ଼ିତଙ୍କ ପରିବାର କଦାପି କ୍ଷମା ଦେବେନି ବୋଲି କହିଥିଲେ ଜୟା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *