ଛାତ୍ରୀକୁ ଦୁଷ୍କର୍ମ ଉଦ୍ୟମ,ଜେଲ ଗଲେ ଟିୟୁସନ ଶିକ୍ଷକ

ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଛାତ୍ରୀକୁ ଦୁଷ୍କର୍ମ ଉଦ୍ୟମ କରି ଜେଲ ଗଲେ ଟିୟୁସନ ଶିକ୍ଷକ । ଏମିତି ଘଟଣା ଦେଖିବାଜୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧିନ ଭାଟପଡା ପାଞ୍ଚୟତ ଚନ୍ଦନବିନ୍ଧା ଗ୍ରାମରେ। ସୂଚନା ଉକ୍ତ ଗ୍ରାମର ଅଜିତ ଭୋଇ ନାମକ ଜଣେ ଯୁବକ ଛୋଟ ଛୋଟ  ପିଲାମାନଙ୍କୁ ଟିୟୁସନ କରନ୍ତି । ଗତକାଲି ସନ୍ଧ୍ୟାରେ ଜୋର ବର୍ଷା ହେଉଥିବାରୁ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀକୁ ଛାଡି ଅନ୍ୟ କୌଣସି ପିଲା ଟିୟୁସନ ଆସି ନ ଥିଲେ । ଏହାର ସୁଯୋଗ ନେଇ ଶିକ୍ଷକ ଜଣକ ଛାତ୍ରୀ ଜଣକୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏକଥା ଝିଅଟି କାନ୍ଦି କାନ୍ଦି ଯାଇ ନିଜ ମାଆ ପାଖରେ କହିଥିଲା  ଏକଥା ଜାଣିବା ପରେ ପରିବାର ଲୋକେ ଚାନ୍ଦବାଲି ଥାନାରେ ଅଭିଯୋଗ କରିଥିଲେ ।  ଚାନ୍ଦବାଲି ପୋଲିସ ଅଭିଯୋଗ ପାଇବା ପରେ ଘଟଣାକୁ ଗୁରୁତର ସହ ନେବା ସହିତ ଅଭିଯୁକ୍ତ ଟିୟୁସନ ଶିକ୍ଷକ ଅଜିତ ଭୋଇକୁ ଗିରଫ କରି କୋର୍ଟ ଚାଲାଣ କରିଛି ଚାନ୍ଦବାଲି ପୋଲିସ  ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *