ୟୁପିଆଇର ନୂଆ ନିୟମରେ ସବୁ ଲିମିଟ୍..

ଆଜିଠୁ ୟୁପିଆଇ ଉପରେ ନୂଆ ନିୟମ ଲାଗୁ ହେଲା। ବାଲାନ୍ସ ଚେକ୍, ପେମେଣ୍ଟ ସିଷ୍ଟମ ଓ ଅଟୋ ପେମେଣ୍ଟ ଉପରେ ଲାଗିଲା ଲିମିଟ୍‌ ଅଙ୍କୁଶ। ଏନପିସିଆଇ ବା ନାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ ମୁତାବକ ପ୍ରତି ମାସରେ ପ୍ରାୟ ୧୬ ଅରବ ଟ୍ରାନ୍ସଆକ୍ସନ ହେଉଛି। ଏହା ଦ୍ୱାରା ୟୁପିଆଇ ସର୍ଭର ଉପରେ ଲୋଡ୍ ବଢ଼ୁଛି ଓ ଆଉଟେଜ୍ ସମସ୍ୟା ବଢ଼ୁଛି। ଏପ୍ରିଲ ଓ ମେ ମାସରେ ୟୁପିଆଇ ଆଉଟେଜର ଅନେକ ଅଭିଯୋଗ ମିଳିଥିଲା। ଏବେ ଅଗଷ୍ଟ ପହିଲାରୁ ଲାଗୁ ହୋଇଥିବା ନୂଆ ନିୟମ ଅନୁସାରେ କେବଳ ସିଷ୍ଟମ ଉପରେ ଚାପ କମିବନି। ବରଂ ନେଣଦେଣ ପୂର୍ବାପେକ୍ଷା ଅଧିକ ସରଳ ଓ ଭରସାଯୋଗ୍ୟ ସାଜିବ। ଅବଶ୍ୟ ଏହି ପରିବର୍ତ୍ତନ ଲୋକଙ୍କ ପକେଟ, ଆପ୍ ଓ ଡିଜିଟାଲ ଅଭ୍ୟାସ ଉପରେ ପ୍ରଭାବ ପକାଇବ। ଯଦି ଆପଣ ଦୈନିକ ୟୁପିଆଇରେ ଅନେକ ଥର ଟ୍ରାନ୍ସଆକ୍ସନ କରୁଛନ୍ତି, ବାଲାନ୍ସ ଚେକ୍ ଅଥବା ପେମେଣ୍ଟ ଷ୍ଟାଟସ ଦେଖୁଛନ୍ତି, ତାହେଲେ ସାବଧାନ। ଫୋନ-ପେ, ଗୁଗଲ-ପେ ବା ପେଟିଏମ୍ ପେମେଣ୍ଟସକୁ ଗତି ଦେବାକୁ ନୂଆ ନିୟମ ଆସିଛି। ଯଦି ଦିନରେ କେବଳ ୫୦ଥର ଆକାଉଣ୍ଟ ବାଲାନ୍ସ ଚେକ୍ କରୁଥିଲେ, ଆଗରୁ ଏହାର କୌଣସି ସୀମା ନଥିଲା। କିନ୍ତୁ ଏବେ ବାରମ୍ୱାର ବାଲାନ୍ସ ଚେକ୍ ଅଭ୍ୟାସ ଉପରେ ଲଗାମ ଲଗାଇବାକୁ ପଡ଼ିବ। ଅଟୋ ପେମେଣ୍ଟ କେବଳ ସକାଳ ୧୦ଟା ପୂର୍ବରୁ ବା ଦ୍ୱିପ୍ରହର ଗୋଟାଏରୁ ଅପରାହ୍ନ ୫ଟା ଭିତରେ ପ୍ରୋସେସ୍ ହେବ। ଏହାର ଅର୍ଥ ଯଦି ନେଟଫ୍ଲିକ୍ସ, ଏସଆଇପି ବା କୌଣସି ଆପରେ ପେମେଣ୍ଟ ଅଟୋ ପେ ସେଟ୍ କରିଥିବେ, କେବଳ ଏହି ସମୟ ଭିତରେ ସ୍ଲଟରୁ କଟିବ। ସରଳ ଭାଷାରେ କହିଲେ, ଇଏମଆଇ କି ଓଟିଟି ସବସ୍କ୍ରିପସନ ଭଳି ପେମେଣ୍ଟ କେବଳ ନନ-ପିକ୍ ଟାଇମରେ କାମ କରିବ। ୧୦ଟା ଆଗରୁ ଓ ରାତି ସାଢ଼େ ୯ ପରେ ପେମେଣ୍ଟ ହୋଇପାରିବ। ବ୍ୟସ୍ତ ସମୟ ବେଳେ ସିଷ୍ଟମ ଉପରେ ଯେମିତି ଲୋଡ୍ ନ ପଡ଼ିବ। ସିଷ୍ଟମ ଓ ଅଟୋ ଡେବିଟ୍ ପାଇଁ ଏବେ କେବଳ ଗୋଟିଏ ମେନ୍ ଟ୍ରାଏ ଓ ୩ ରିଟ୍ରାଏର ସୁବିଧା ମିଳିବ। କୌଣସି ମ୍ୟାଣ୍ଡେଟ୍ ସହ ଜଡ଼ିତ ପେମେଣ୍ଟକୁ ପୁରା କରିବାକୁ ମୋଟ୍ ୪ଟି ସୁଯୋଗ ମିଳିବ। କୌଣସି ଏକ ୟୁପିଆଇ ଆପ୍ ରୁ ଦିନରେ କେବଳ ୨୫ଥର ହିଁ ଆକାଉଣ୍ଟ ଡିଟେଲ୍ସ ବା ଟ୍ରାନ୍ସଆକ୍ସନ ହିଷ୍ଟ୍ରି ଦେଖିପାରିବେ। ଅର୍ଥାତ୍ ବାରମ୍ୱାର ହିଷ୍ଟ୍ରି ସ୍କ୍ରଲ କରିବା ଅଭ୍ୟାସ ଏବେ ଲିମିଟେଡ୍ ହୋଇଗଲା। ୟୁପିଆଇ ପେମେଣ୍ଟ ପରେ ଏବେ ଦିନରେ ମାତ୍ର ୩ ଥର ପେମେଣ୍ଟ ଷ୍ଟାଟସ ଚେକ୍ କରିପାରିବେ। ଏବେ ପ୍ରତିଥର ଟ୍ରାନ୍ସଆକ୍ସନ ଭିତରେ ୯୦ ସେକେଣ୍ଡର ଗ୍ୟାପ୍ ଜରୁରୀ ରହିବ। ଏହାର ଅର୍ଥ ବାରମ୍ୱାର ଆପ୍ କୁ ହିଟ୍ କରିବାରୁ ବର୍ତ୍ତିବା ଜରୁରୀ। ମାସକ ଭିତରେ କେବଳ ୧୦ଥର ଚାର୍ଜବ୍ୟାକର ଅନୁରୋଧ କରିପାରିବେ। କୌଣସି ବ୍ୟକ୍ତି ବା ବ୍ୟବସାୟୀଙ୍କଠୁ ଟଙ୍କା ଫେରାଇବାର ଲିମିଟ୍ କେବଳ ୫ ଥର ହେବ। ଅର୍ଥାତ ଜାଲି ରିଭର୍ସାଲ ଅନୁରୋଧ ଉପରେ ବି କଣ୍ଟ୍ରୋଲ ହେବ। ଆଇସିଆଇସିଆଇ ବ୍ୟାଙ୍କ ବି ୟୁପିଆଇ ବ୍ୟବହାରୀଙ୍କୁ ବଡ଼ ଝଟକା ଦେଇଛି। ଏବେ ଟ୍ରାନ୍ସଆକ୍ସନ ଉପରେ ଚାର୍ଜ ଲଗାଇବାକୁ ନିଷ୍ପତ୍ତି ନେଇଛି। ପେମେଣ୍ଟ ସିଷ୍ଟମରେ ଲୋଡ୍ କମାଇବା ଓ ପେମେଣ୍ଟକୁ ଫାଷ୍ଟ କରିବାକୁ ଏହି ନୂଆ ନିୟମ ସହାୟକ ସାଜିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *