ମାଟିତଳୁ ହଜାର ହଜାର ଆଧାର କାର୍ଡ ଉଦ୍ଧାର

ଗଜପତି: ଜନସାଧାରଣଙ୍କ ଅତ୍ୟାବଶ୍ୟକୀୟ ସୁବିଧା ପାଇଁ ସର୍ବସାଧାରଣଙ୍କୁ ଆଧାର କାର୍ଡ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ପ୍ରସ୍ତୁତ ହେଉଥିବା ଆଧାର କାର୍ଡକୁ ଲୋକଙ୍କ ଘରେ ଘରେ ପହଞ୍ଚାଇବା ପାଇଁ ଡାକ ବିଭାଗର ସମ୍ପୂର୍ଣ୍ଣ ଦାୟିତ୍ୱ ରହିଛି। ହେଲେ ବିଭାଗୀୟ ସବପୋଷ୍ଟମାଷ୍ଟରଙ୍କ ଦାୟିତ୍ୱ ହୀନତା ଓ ଖାମଖିଆଲି ନିତି ଯୋଗୁଁ ଏବେ ମାଟି ତଳୁ ଉଦ୍ଧାର ହେଉଛି ହଜାର ହଜାର ଆଧାର କାର୍ଡ। ଗଜପତି ଜିଲ୍ଲାରୁ ଦେଖିବା ଏହି ରିପୋର୍ଟ ।

ଗଜପତି ଜିଲ୍ଲା ମୋହନା ବ୍ଳକ ଜିରାଙ୍ଗ ପଞ୍ଚାୟତ ଡରାବ ଗାଁରେ ମାଟି ତଳୁ ଉଦ୍ଧାର ହୋଇଛି ହଜାର ହଜାର ଆଧାର କାର୍ଡ। ଖବର ପାଇ ମାଟି କାଦୁଅରେ ନିଜ ନିଜ ପରିଚୟ ପତ୍ର ଖୋଜୁଛନ୍ତି ଗ୍ରାମବାସୀ। ତେବେ କେତେକ ଆଧାର କାର୍ଡ ଟୁକୁରା ଟୁକୁରା ହୋଇପଡିଛି ତ କିଛି ସମ୍ପୁର୍ଣ୍ଣ ନଷ୍ଟ ହୋଇ ସାରିଛି । ଦୀର୍ଘ ବର୍ଷ ଧରି ଆଧାର କାର୍ଡ ପାଇଁ ଆବେଦନ କରିଥିବା ଗ୍ରାମବାସୀ ଅଧିକ ଖର୍ଚ୍ଚାନ୍ତ ହୋଇ ଅନଲାଇନ ରୁ ଆଧାର କାର୍ଡ ସଂଗ୍ରହ କରିବା ପାଇଁ ହଇରାଣ ହରକତ ହେଉଥିବା ବେଳେ ଏବେ ଏପରି ଘଟଣା ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *