ସେମିକନ ଇଣ୍ଡିଆ। ଭାରତକୁ ସେମିକଣ୍ଡକ୍ଟରରେ ମହାଶକ୍ତି କରିବାକୁ ଆରମ୍ଭ ହେଲା ଅଭିଯାନ। ସେମିକନ ଇଣ୍ଡିଆର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ତିନିଦିନିଆ ସେମିକନ ଇଣ୍ଡିଆ ସମ୍ମିଳନୀରେ ଆତ୍ମନିର୍ଭରଶୀଳତାର ଫର୍ମୁଲା ପଢ଼ାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏଥିରେ ୪୮ ଦେଶର ପ୍ରାୟ ୨୫ଶହ ପ୍ରତିନିଧି ଭାଗ ନେଇଛନ୍ତି। ଭାରତର ସବୁଠୁ ବଡ଼ ସେମିକଣ୍ଡକ୍ଟର ଓ ଇଲେକଟ୍ରୋନିକ୍ସ ସୋ ହେଉଛି। ସାଢ଼େ ୩ ବର୍ଷ ଭିତରେ ୫ଟି ସେମିକଣ୍ଡକ୍ଟର ୟୁନିଟ୍ ନିର୍ମାଣଧୀନ ରହିଛି। ଗୋଟିଏ ସରିଛି। ଆଉ ଭାରତ ପ୍ରସ୍ତୁତ ପ୍ରଥମ ବିକ୍ରମ ୩୨ ବିଟ୍ ପ୍ରୋସେସର ଓ ସେମିକଣ୍ଡକ୍ଟର ଟେଷ୍ଟ ଚିପ୍ସ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ କେନ୍ଦ୍ର ସୂଚନାପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେମି କଣ୍ଡକ୍ଟର କ୍ଷେତ୍ରରେ ଭାରତର ବେଗକୁ ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ୨୦୨୧ରେ ସେମିକନ୍ ଇଣ୍ଡିଆ ପ୍ରଥମେ ଆରମ୍ଭ ହୋଇଥିଲା। ୨୦୨୩ରେ ଭାରତର ପ୍ରଥମ ସେମିକଣ୍ଡକ୍ଚର ପ୍ଲାଣ୍ଟକୁ ଅନୁମୋଦନ ମିଳିଥିଲା। ଆଉ ୨୦୨୪ରେ ଆଉ କିଛି ପ୍ଲାଣ୍ଟକୁ କ୍ଲିଅରାନ୍ସ ମିଳିଥିଲା ବେଳେ ୨୦୨୫ ସୁଦ୍ଧା ୫ଟି ଅତିରିକ୍ତ ପ୍ରୋଜେକ୍ଟ ଅନୁମୋଦନ ମିଳିବା ଅପେକ୍ଷାରେ। ଏବେ ମୋଟ୍ ୧୦ଟି ସେମିକଣ୍ଡକ୍ଟର ପ୍ରୋଜେକ୍ଟ ଜାରି ରହିଛି। ଏଥିରେ ଦେଢ଼ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ହେବ। ଏହା ହିଁ ଭାରତ ପ୍ରତି ବିଶ୍ୱର ବିଶ୍ୱସନୀୟତାକୁ ସୂଚାଉଛି। ଭାରତ ବିଳମ୍ୱରେ ଆରମ୍ଭ କଲା ସତ। କିନ୍ତୁ ଭାରତର ଅତି ଛୋଟରୁ ଛୋଟ ଚିପ୍ସ ପୁରା ଦୁନିଆରେ ଆଦୃତ ହେବ। ନୂଆଦିଲ୍ଲୀର ଯଶୋଭୂମିରେ ଆୟୋଜିତ ସେମିକନ ଇଣ୍ଡିଆ ସମ୍ମିଳନୀରେ ବିଭିନ୍ନ ରାଷ୍ଟ୍ରର ସିଇଓ ବି ଭାରତର ସେମିକଣ୍ଡକ୍ଟର କ୍ଷେତ୍ରରେ ପ୍ରତିବଦ୍ଧତାକୁ ଭୁରି ଭୂରି ପ୍ରଶଂସା କରିଛନ୍ତି। ମେଡିକାଲ ଡିଭାଇସ, ଏଆଇରୁ ନେଇ ରିନ୍ୟୁବେଲ ଏନର୍ଜି ସବୁଠି ସେମିକଣ୍ଡକ୍ଟରର ଚାହିଦା ରହିବ। ଅର୍ଥନୀତିକ ବୃଦ୍ଧି, ରୋଜଗାର ସବୁଠି ଏହି କ୍ଷେତ୍ରର ଚାହିଦା ରହିବ। ସେମିକଣ୍ଡକ୍ଟର ସ୍ୱାସ୍ଥ୍ୟ, ପରିବହନ, ସଞ୍ଚାର, ରକ୍ଷା ଓ ଅନ୍ତରୀକ୍ଷ ଭଳି ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ରରେ ପ୍ରମୁଖ ଅଂଶ ଅଟେ। ଦୁନିଆ ଯେତିକି ଡିଜିଟାଇଲେଜସନ ଓ ଅଟୋମେସନ ଆଡ଼କୁ ବଢ଼ୁଛି, ସେମିକଣ୍ଡକ୍ଟର ଆର୍ଥିକ ସୁରକ୍ଷା ଓ ରଣନୀତି ସ୍ୱତନ୍ତ୍ରତାର ଆଧାର ହୋଇଚାଲିଛି। ଏହି ସେମିକନ ଇଣ୍ଡିଆ ସମ୍ମିଳନୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ସୂଚନାପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ। ସେମିକନ ଇଣ୍ଡିଆ-୨୦୨୫ ଚତୁର୍ଥ ସଂସ୍କରଣରେ ୩୩ଟି ଦେଶର ୩୫୦ରୁ ଅଧିକ କମ୍ପାନୀ ଓ ରେକର୍ଡ ସଂଖ୍ୟାରେ ପ୍ରତିନିଧି ଭାଗ ନେଇଛନ୍ତି। ଏହି ସମ୍ମିଳନୀ ସେମିକଣ୍ଡକ୍ଟର କ୍ୟାବ୍, ଆଡଭାନ୍ସ ପ୍ୟାକେଜିଂ, ସ୍ମାର୍ଟ ମାନୁଫ୍ୟାକଚରିଂ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଉପରେ କେନ୍ଦ୍ରୀଭୂତ ହୋଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now