ବାଣୀବିହାରରୁ ଅଣଛାତ୍ରଙ୍କୁ ତଡ଼ିବାକୁ ଆରମ୍ଭ ହେଲା ଅପରେସନ ବ୍ଲୁ ଷ୍ଟାର୍। ୪ଟି ହଷ୍ଟେଲରୁ ଅଣଛାତ୍ରଙ୍କୁ ହଟାଇବାକୁ ଆରମ୍ଭ ହେଲା କସରତ। ହଷ୍ଚେଲ ନମ୍ୱର ୧,୨ ୩ ଓ ୫ ନମ୍ୱର ହଷ୍ଟେଲରୁ ତଡ଼ା ଖାଇଲେ ଅଣଛାତ୍ରଷ ପୁଲିସ ସହ ମିଶି ବାଣୀବିହାର କର୍ତ୍ତୃପକ୍ଷ ଏଭଳି ଅଭିଯାନ ଆଜି ସକାଳୁ ସାଢ଼େ ୧୦ଟାରୁ ଆରମ୍ଭ କରିଥିଲେ। ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଅଣଛାତ୍ର ଓ ସେ ମାଡ଼ିବସିଥିବା ଘରକୁ ଚିହ୍ନଟ କରିସାରିଥିଲେ। ଏଭଳି ରେଡ୍ ସୂଚନା ପାଇ କିଛି ଅଣଛାତ୍ର ଆଗୁଆ ରୁମରେ ତାଲା ଠୁଙ୍କି ପଳାଇଥିଲେ। କିନ୍ତୁ ପୁଲିସ ଉପସ୍ଥିତିରେ ତାଲା ଭଙ୍ଗାଯାଇଥିଲା। ଆଉ ସେମାନଙ୍କ ଜିନିଷ କଢ଼ାଯାଇଥିଲା। ଯେଉଁ ଅଣଛାତ୍ର ନିଜର ଜିନିଷି ଦାବି କରିବେ, ସେମାନେ ନେଇଯାଆନ୍ତୁ ବୋଲି କହିଛନ୍ତି କର୍ତ୍ତୃପକ୍ଷ। କାରଣ ଏଭଳି ଅଭିଯାନ ଆଗରୁ ଜିନିଷପତ୍ର ସହ ହଷ୍ଟେଲ ଛାଡ଼ିବାକୁ ନୋଟିସ୍ କରିଥିଲେ କର୍ତ୍ତୃପକ୍ଷ।
ବଡ଼ କଥା ହେଲା, ଯେଉଁମାନେ ବାସ୍ତବରେ ଛାତ୍ର। ସେମାନେ ରୁମ୍ ପାଉନାହାନ୍ତି। କିନ୍ତୁ ଆଡ୍ଡା ଜମାଇ ରୁମକୁ ଅକ୍ତିଆର କରିଥିବାରୁ ଅଣଛାତ୍ରଙ୍କ କବଳରୁ ଏହାକୁ ମୁକ୍ତ କରିବା ବେଳେ ବିଭିନ୍ନ ରୋଚକ ଦୃଶ୍ୟ ସାମ୍ନାକୁ ଆସିଥିଲା। ବହି ନୁହେଁ। ବରଂ ଗିଟାର, ଭାଓଲିନ ସହ ନିଶାଦ୍ରବ୍ୟ ବି ଦେଖିବାକୁ ମିଳିଥିଲା। ପ୍ରାୟ ୨ଶହ ରୁମରୁ ୧୫୦ ରୁମ ଅଣଛାତ୍ରଙ୍କ କବଜାରେ ଥିବା ଜଣାପଡ଼ିଥିଲା। ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। କାଳେ ଅଣଛାତ୍ର କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବେ, ତାକୁ ମୁକାବିଲା କରିବାକୁ ପୁରା ପ୍ରସ୍ତୁତ ହୋଇଆସିଥିଲା ପୁଲିସ ଓ ପ୍ରଶାସନ। ଛାତ୍ର ଓ ଅଣଛାତ୍ରଙ୍କ ଚିହ୍ନଟରେ ଯେଭଳି କୌଣସି ସମସ୍ୟା ନ ରୁହେ, ସେଥିଲାଗି ଛାତ୍ରଙ୍କୁ ପରିଚୟପତ୍ର ଗଳାରେ ପକାଇବାକୁ କୁହାଯାଇଥିଲା। ଅଣଛାତ୍ରଙ୍କ ଦାଦାଗିରିରେ ଅତିଷ୍ଠ ଛାତ୍ରମାନେ ବି ଏଭଳି ଅଭିଯାନକୁ ସ୍ୱାଗତ କରିଛନ୍ତି। ଆଉ କିଛି ଛାତ୍ର ଭୟରେ ମୁହଁ ଖୋଲିନଥିଲେ।
ଅଣଛାତ୍ରଙ୍କ ଦୌରାତ୍ମ୍ୟରୁ ବାଣୀବିହାରକୁ ମୁକ୍ତ କରିବାକୁ ଅନେକ ଥର ପ୍ରୟାସ ହୋଇଥିଲା ସତ। କିନ୍ତୁ କେବେ ପଦକ୍ଷେପ ନିଆଯାଇନଥିଲା। କେବଳ ନୋଟିସ, ତାଗିଦ ଭିତରେ ସୀମିତ ରହିଥିଲା କାର୍ଯ୍ୟାନୁଷ୍ଠାନ। ଏହା ଫଳରେ କ୍ୟାମ୍ପସରେ ଅଶାନ୍ତି, ରାଜନୈତିକ ଦଖଲରୁ ନେଇ ଗୁଣ୍ଡାଗର୍ଦ୍ଦି ଅନେକ ସମୟରେ ହେଉଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now