ବିଜେଡି ଛାଡିଲେ ଏନ୍ ଭାସ୍କର ରାଓ

ବିଜୁ ଜନତା ଦଳ କୁ ବାଏ ବାଏ କଲେ ରାୟଗଡ଼ା ର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ ଏବଂ ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମରିକା।ଦଳ ର ପ୍ରାଥମିକ ସଦସ୍ୟ ରୁ ଛାଡି ନୂତନ ଭାବରେ ବିଜୁ ସ୍ୱାଭିମାନ ଦଳ ଗଠନ କରିଛନ୍ତି ବୋଲି ଆଜି ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ସେ ଦଳ କାହିଁକି ଛାଡିଲେ ତାହା କିଛି କହିଲେ ନାହିଁ। ସୂଚନା ଅଛି ଗତ ସାଧାରଣ ନିର୍ବାଚନ ରେ ରାୟଗଡ଼ା ଜିଲ୍ଲା ରେ ଦଳ ଶୋଚନୀୟ ଭାବରେ ତିନି ନିର୍ବାଚନ ମଣ୍ଡଳୀ ବିଧାୟକ ପଦ ସହ କୋରାପୁଟ ଏମ୍ ପି ପ୍ରତିନିଧି ପରାସ୍ତ ହେଲା ।ଏହା ପରେ ଦଳ ବିଜେଡି ଜିଲ୍ଲା ସଭାପତି ପାଇଁ ଗତ କିଛି ଦିନ ହେଲା ଦୁଇ ଗୋଷ୍ଠୀ ମଧ୍ୟ ରେ ଟଣା ଓଟରା ଲାଗି ରହିଥିଲା।ରାଜ୍ୟ ସ୍ତରୀୟ ନେତା ମଧ୍ୟ ଆସି କର୍ମୀ ଙ୍କ ଠାରୁ ମତା ମତ ନେଇଥିଲେ।ତାପରେ ଏଇ ମାସ ୪ତାରିଖରେ ରାୟଗଡ଼ା ଜିଲ୍ଲା ସଭାପତି ପଦ ସହ ୨କାର୍ଯ୍ୟକାରୀ ସଭାପତି ମଧ୍ୟ ନାମ ଘୋଷଣା ହେଲା ।ଜିଲ୍ଲା ସଭାପତି ପଦ ପାଇଲେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା ଙ୍କ ନାମ ଘୋଷଣ କରିଥିଲେ ଦଳ ସୁପ୍ରିମୋ ତଥା ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ। ଏହା ପରେ ରାୟଗଡ଼ା ଜିଲ୍ଲା ରେ ନେତା ମାନଙ୍କ ମଧ୍ୟରେ ଦେଖାଦେଲା ଅସନ୍ତୋଷ ।ଜିଲ୍ଲା ଅଫିସ ର ଚିହ୍ନ କୁ ଲିଭାଇଲେ।ଆଜି ଦଳ ଛାଡିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଏନ୍ ଭାସ୍କର ରାଓ ।ଆଜି ଏହି ସାମ୍ବାଦିକ ସମ୍ମିଳନୀ ରେ ଅନେକ ନେତା ମାନେ ମଧ୍ୟ ଉପସ୍ଥିତ ରହି ଏନ୍ ଭାସ୍କର ରାଓ ଙ୍କ ସାଥିରେ ଅଛୁ ବୋଲି ମଧ୍ୟ କହିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *