ହିଂସା ପରେ ସାମ୍ୱିଧାନିକ ସଙ୍କଟ – ନେପାଳରେ ନୂଆ ନେତୃତ୍ୱ..

ବ୍ୟାପକ ହିଂସା ପରେ ନେପାଳରେ ସାମ୍ୱିଧାନିକ ସଙ୍କଟ ଉପୁଜିଛି। ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ସୁଶୀଳା କାର୍କି ଅନ୍ତରୀଣ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ସୁଶୀଳାଙ୍କ ନାଁରେ ସହମତି ପ୍ରକାଶ ପାଇଛି। ନେପାଳରେ ଅନ୍ତରୀଣ ସରକାର ଗଠନ ଲାଗି ଆଜି ପୁଣି ଥରେ ବୈଠକ ବସିବ। ଜେନ୍- ଜି ପ୍ରତିନିଧି ରାଷ୍ଟ୍ରପତି ରାମଚନ୍ଦ୍ର ପୌଡ଼େଲଙ୍କୁ ପୁଣି ଥରେ ଭେଟିବାର କାର୍ଯ୍ୟକ୍ରମ ରହିଛି। ନେପାଳୀ ସେନା ମୁଖ୍ୟ ବି ମହଜୁଦ୍‌ ରହିବେ। କିନ୍ତୁ ଜେନ୍-ଜିର ପ୍ରତିନିଧି ଅନ୍ତରୀଣ ସରକାରର ନୂଆ ପ୍ରଧାନମନ୍ତ୍ରୀ ଭାବେ ପୂର୍ବ ପ୍ରଧାନ ବିଚାରପତି ସୁଶୀଳା କାର୍କିଙ୍କ ନାଁରେ ମୋହର ଲଗାଇସାରିଛନ୍ତି। ଆରଏସପିର ସାଂସଦ ସୋବିତା ଗୌତମ କହିଛନ୍ତି, ସଂସଦକୁ ଭଙ୍ଗ କରିବା କଥା ନୁହେଁ। ଜେନ୍‌-ଜିର ଭାଗିଦାରୀରେ ଏକ ଅନ୍ତରୀଣ ନାଗରିକ ସରକାର ନିର୍ମାଣ ହୋଇପାରେ। କିନ୍ତୁ ସଂସଦକୁ ଭଙ୍ଗ କରିବା ପଦକ୍ଷେପ ଅସ୍ୱୀକାର୍ଯ୍ୟ ଅଟେ। ସୁଶୀଳା କହିଛନ୍ତି, ସେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇବାକୁ ପ୍ରସ୍ତୁତ ଅଛନ୍ତି। ଏଭଳି କଠିନ ପରିସ୍ଥିତିରେ ସମସ୍ତ ନେପାଳୀ ପ୍ରସ୍ତୁତ ରହିବା ଜରୁରୀ। ସୁଶୀଳା କାର୍କି ନେପାଳର ପ୍ରଥମ ମହିଳା ମୁଖ୍ୟ ବିଚାରପତି ଥିଲେ। ୨୦୧୬ରେ ନେପାଳର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇଥିଲେ। କାର୍କିଙ୍କ କାର୍ଯ୍ୟକାଳ ଐତିହାସିକ ଉପଲବ୍ଧି ଓ ରାଜନୀତିକ ବିବାଦରେ ଭର୍ତ୍ତି। ସୁଶୀଳାଙ୍କୁ ମହାଭିଯୋଗ ପ୍ରସ୍ତାବ ଜରିଆରେ ୨୦୧୭ରେ ହଟାଇ ଦିଆଯାଇଥିଲା। ସରକାରୀ କାମରେ ଦଖଲ ଦେବାର ଆରୋପ ଲଗାଇ ସୁଶୀଳାଙ୍କୁ ହଟାଇ ଦିଆଯାଇଥିଲା। କିନ୍ତୁ ଏଥିରେ ହାର୍ ମାନିନଥିଲେ ସୁଶୀଳା। ଏହା ବିରୁଦ୍ଧରେ ସୁପ୍ରିମକୋର୍ଟରେ ଲଢ଼ିଥିଲେ। କୋର୍ଟ ସୁଶୀଳାଙ୍କ ଅବସରର ଦିନକ ପୂର୍ବରୁ ଐତିହାସିକ ନିଷ୍ପତ୍ତି ଶୁଣାଇଥିଲେ। ଆଉ କାର୍କିଙ୍କ ମହାଅଭିଯୋଗ ପ୍ରସ୍ତାବକୁ ପ୍ରତ୍ୟାହାର କରିନେଇଥିଲେ। ଆଉ ଏବେ କାର୍କି ଶାସନ ଚୌକିରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ନେପାଳୀ କଂଗ୍ରେସ ନେତା ତଥା ନିର୍ବାସିତ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଦୀପ ପୌଡ଼େଲ କହିଛନ୍ତି। ଲୋକତାନ୍ତ୍ରିକ ମୂଲ୍ୟ ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ ହୋଇ ଆଇନକାନୁନ ଶାସନକୁ ମଝଭୁତ୍‌ କରିବା ଜରୁରୀ। ଦେଶ ସାମ୍ୱିଧାନିକ ଶୂନ୍ୟତାକୁ ଯିବା ପୂର୍ବରୁ ଏହାକୁ ରୋକିବାକୁ ସମସ୍ତେ ଏକଜୁଟ୍ ହେବାକୁ ପଡ଼ିବ। ସେପଟେ ବାଲେନ ଶାହାକୁ ଆଉ କିଛି ପ୍ରଧାନମନ୍ତ୍ରୀ କରିବାକୁ ଦାବି କରୁଛନ୍ତି। ଦେଶକୁ ଚଳାଇବା ଏତେ ସହଜ ନୁହେଁ। ଏଥିଲାଗି ଅନୁଭବୀ ଓ ଅଭିଜ୍ଞ ବ୍ୟକ୍ତି ଜରୁରୀ। କାଠମାଣ୍ଡୁର ମେୟର ବାଲେନ ଶାହା ଆନ୍ଦୋଳନକାରୀଙ୍କ ସ୍ୱର ସାଜିସାରିଛନ୍ତି। ସୁଶୀଳାଙ୍କ ନାଁକୁ ବାଲେନ ବି ସମର୍ଥନ କରିଛନ୍ତି। ବାଲେନ ପୋଷ୍ଟ କରି କହିଛନ୍ତି ଯେ, ଦେଶ ଏବେ ଅଭୂତପୂର୍ବ ସ୍ଥିତିରେ ଗତି କରୁଛି। ଏବେ ଏକ ସୁନେଲି ଭବିଷ୍ୟତ ଆଡ଼କୁ ବଢ଼ିବା ଜରୁରୀ। ସେଥିଲାଗି ଏ ସମୟରେ ଧୈର୍ଯ୍ୟ ରଖି ଦେଶରେ ଅନ୍ତରୀଣ ସରକାର ଗଠନରେ ସହାୟକ ସାଜନ୍ତୁ। ଦେଶରେ ଅନ୍ତରୀଣ ସରକାର ଗଠନ ଲାଗି ନିର୍ବାଚନ କରାଇବା ଓ ଦେଶକୁ ନୂଆ ଜନାଦେଶ ଆଣିବାକୁ ପଡ଼ିବ। ହାମି ନେପାଳ ଏନଜିଓ ପକ୍ଷରୁ ସୁଶୀଳାଙ୍କ ନାଁ ପ୍ରସ୍ତାବ ରଖାଯାଇଥିଲା। ନେପାଳରେ ଜାରି ଥିବା ବିରୋଧ ପ୍ରଦର୍ଶନ ଏବେ ଶାନ୍ତ ରହିଛି। କର୍ଫ୍ୟୁକୁ ପୁଣି ଥରେ ବଢ଼ାଇ ଦିଆଯାଇଛି। ଆଜି ସକାଳ ୧୦ଟାରୁ ପୁଣି ଶୁକ୍ରବାର ସକାଳ ୭ଟା ଯାଏ କର୍ଫ୍ୟୁ ଲାଗୁ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *