୨୭ରେ ଝାରସୁଗୁଡ଼ା ଆସିବେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତକୁ ନେଇ ସମ୍ଭାବନାରେ ଅଛୁ ସରକାରୀ ଚିଠିକୁ ଅପେକ୍ଷା ବୋଲି ନିଜ ପ୍ରତିକ୍ରିୟା ରଖିଲେ ଝାରସୁଗୁଡା ଜିଲ୍ଲା ବିଜେପି ସଭାପତି ରଘୁନନ୍ଦନ ପଣ୍ଡା। ଆସନ୍ତା ୨୭ତାରିଖରେ ଗଞ୍ଜାମ ବଦଳରେ ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ହେବା ନେଇ ଗତ ୨୦ତାରିଖରେ ରାଜ୍ୟ ସଭାପତି ୯୯% ପ୍ରତିଶତ ହେବ ବୋଲି କହି ଝାରସୁଗୁଡ଼ା ଅମଲିପାଲିକୁ ପରିଦର୍ଶନ କରିଥିଲେ। ବର୍ତ୍ତମାନ ଅମଳିପାଲିଠାରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଜୋରସୋରରେ ଆଗେଇ ଥିବା ବେଳେ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟରୁ କୌଣସି ପ୍ରକାରର ଚିଠି ଆସିନାହିଁ। ହେଲେ କାର୍ଯ୍ୟକ୍ରମ ସ୍ଥଳି ଠାରେ ଉତ୍ତରାଞ୍ଚଳ ଆଇ.ଜି. ହିମାଂଶୁ ଲାଲ, ଉତ୍ତରାଞ୍ଚଳ RDC ଅମଲିପାଲି ପଡ଼ିଆ ପରିଦର୍ଶନ କରିଥିବା ବେଳେ PWD ମୁଖ୍ୟ ଯନ୍ତ୍ରୀ ମଧ୍ୟ କାର୍ଯ୍ୟକ୍ରମ ସ୍ଥଳୀଠାରେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରୁଛନ୍ତି। ଏବେ ଅପେକ୍ଷା ରହିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଚିଠି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *