ଟଏଲଟରେ ନାବାଳିକା- ଦୋକାନୀର ମୋବାଇଲରେ ମହିଳା

ଟଏଲେଟରେ ବନ୍ଦୀ ଥିଲେ ୪୦ ନାବାଳିକା। ବେଆଇନ ଭାବେ ଚାଲିଥିବା ଏକ ମଦ୍ରାସା ଭିତରୁ ଏମାନଙ୍କୁ ଉଦ୍ଧାର କରିଛି ପୁଲିସ। ଏମାନଙ୍କ ବୟସ ୯ରୁ ୧୪ ଭିତରେ।  ୟୁପିର ବାହାରାଇଚରୁ ଆସିଛି ଏଭଳି ଅଭାବନୀୟ ଘଟଣା। ପୁଲିସ ରେଡ୍ କରିବା ବେଳେ ଭୟରେ ନାବାଳିକାମାନେ କାନ୍ଦୁଥିଲେ। ତେବେ ପୁଲିସ ସେମାନଙ୍କୁ ସୁରକ୍ଷାର ପ୍ରତିଶୃତି ଦେବା ପରେ ସେମାନେ ଆଶ୍ୱସ୍ତ ହୋଇଛନ୍ତି। ୩ ମହଲା ବିଲଡିଂରେ ବିନା ଅନୁମତିରେ ଏହି ମଦ୍ରାସା ଚାଲୁଥିଲା। ପ୍ରଶାସନ ଓ ପୁଲିସ ମିଳିତ ରେଡ୍ କରିବାକୁ ପହଞ୍ଚିବା ଜାଣି ନାବାଳିକାଙ୍କୁ ଶୌଚାଳୟରେ ବନ୍ଦ କରି ଦେଇଥିଲେ ମଦ୍ରାସା ସଞ୍ଚାଳକ। ଆଉ ରେଡ୍ କୁ ବିରୋଧ କରିଥିଲେ ସଞ୍ଚାଳକ ଖଲିଲ ଅହମ୍ମଦ। କିନ୍ତୁ ଉପଜିଲ୍ଲାପାଳ ଅଶ୍ୱିନୀ କୁମାର ପାଣ୍ଡେ ଚେତାବନୀ ଦେବା ପରେ ବାଟ ଛାଡ଼ିଦେଇଥିଲେ। ମଦ୍ରାସା ଚାଲୁଛି ବୋଲି କେହି ନ ଜାଣିବାକୁ ଏହି ମହଲା ଆଗରେ ଦୋକାନ ଘର କରିଥିଲେ ସଞ୍ଚାଳକ। ମଦ୍ରାସାରୁ ଉଦ୍ଧାର ଝିଅଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି। ମଦ୍ରାସା ଓ ଏହାର ସଞ୍ଚାଳକଙ୍କ ଗତିବିଧିକୁ ଯାଞ୍ଚ କରୁଛି ପୁଲିସ। ଏହାର ପଞ୍ଜୀକରଣ, ଫଣ୍ଡିଂ ଓ ନାବାଳିକାଙ୍କ ଅଭିଭାବକଙ୍କ ବାବଦରେ ସୂଚନା ସଂଗ୍ରହ କରାଯାଇଥିଲା। ବିନା ପଞ୍ଜୀକରଣରେ ଗଲା ୩ ବର୍ଷ ଧରି ଚାଲିଥିବା ଏହି ମଦ୍ରାସାକୁ ବନ୍ଦ କରିଦିଆଯାଇଛି। ସଞ୍ଚାଳକଙ୍କ ବିରୁଦ୍ଧରେ ଆଇନଗତ ଆକ୍ସନ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୩ରେ ସର୍ଭେ ରିପୋର୍ଟରେ ଜିଲ୍ଲାରେ ୪୯୫ ଅବୈଧ ମଦ୍ରାସାକୁ ଚିହ୍ନଟ କରାଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, ଏହି ମଦ୍ରାସା ସେ ତାଲିକାରେ ନଥିଲା। ପୁଲିସ କହିଛି, ଏ ସନ୍ଦର୍ଭରେ କେହି ଏତଲା ଦେଇନାହାନ୍ତି। ଏତଲା ଦେଲେ ଆବଶ୍ୟକୀୟ ଆକ୍ସନ ହେବ। ସେପଟେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ଲଜ୍ଜିତ ଘଟଣା ସାମ୍ନାକୁ ଆସିଛି। ଠେଲାରେ ପରିବା ବିକୁଥିବା ଜଣେ ଦୋକାନୀର ହରକତର ଭିଡ଼ିଓ ପଦାକୁ ଆସିବା ପରେ ସବୁଠି ହଇଚଇ ଖେଳିଛି। ପରିବା କିଣିବାକୁ ଆସୁଥିବା ଝିଅଙ୍କ ଫଟୋ ଓ ଭିଡ଼ିଓ ଚତୁରତାର ସହ ଉଠାଉଥିବା ବେଳେ ଭିଏଚପି ଓ ବଜରଙ୍ଗଦଳ ହାତରେ ପଡ଼ିଯାଇଥିଲା ଯୁବକ। ପରିବା ଦୋକାନୀର ନାଁ ଅରସଦ ଅହମ୍ମଦ। ଅଭିଯୁକ୍ତ ଏଭଳି କାରନାମା କରୁଥିଲା ବେଳେ ବଜରଙ୍ଗଦଳ ସଦସ୍ୟ ତାକୁ ରେଡ୍ ହ୍ୟାଣ୍ଡ ଓ ଅନ ଦି ସ୍ପଟ୍ ଧରିଥିଲେ। ଏହା ଜାଣି ଉପସ୍ଥିତ ଲୋକେ ତାକୁ ପିଟିବା ସହ ଥାନାକୁ ନେଇଥିଲେ। ଅରସଦ ମୋବାଇଲରୁ ଅନେକ ମହିଳାଙ୍କ ଅଶ୍ଳୀଳ କ୍ଲିପସ ବି ମିଳିଛି। ଲୁଚିକି କାହାର ଭିଡିଓ ଓ  ଫଟୋ ଉଠାଇବା ଅପରାଧ। ଏହା ସାମାଜିକ ମାହୋଲକୁ ବିଗାଡ଼ିବ। ବ୍ୟକ୍ତିଗତ ଗୋପନୀୟତାର କେବଳ ଉଲ୍ଲଂଘନ କରୁନି। ମହିଳାଙ୍କ ସମାଜରେ ସୁରକ୍ଷା ଓ  ଏଭଳି ବ୍ୟକ୍ତିଙ୍କର ସାମୂହିକ ନୈତିକତା ଉପରେ ପ୍ରଶ୍ନଚିହ୍ନ ଲଗାଉଛି। ପୁଲିସ କହିଛି, ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ। ଏ ଦୁଇଟି କଥା ଦର୍ଶାଉଛି। ବାସ୍ତବରେ କେଉଁଠି ସୁରକ୍ଷିତ ମହିଳା। ଶିକ୍ଷା ନାଁରେ କେଉଁଠି ବେଆଇନ ମଦ୍ରାସା ତ କେଉଁଠି ବେପାର ଆଳରେ ଗୋପନୀୟତାର ଉଲ୍ଲଂଘନ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *