ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ ଭଳି ସ୍ଥିତି ଉପୁଜିବା ସମୟରେ ଶୁକ୍ରବାର କାମ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା ଚଣ୍ଡିଗଡ଼ ଓକିଲ ସଂଘ। ଏହା ଉପରେ ପଞ୍ଜାବ ଓ ହରିଆଣା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସିଲ୍ ନାଗୁ କଡ଼ା ଆପତ୍ତି ଜାହିର କରିଥିଲେ। ମୁଖ୍ୟ ବିଚାରପତି କହିଥିଲେ, ସେନା ଯୁଦ୍ଧ ଲଢ଼ୁଛନ୍ତି। କିନ୍ତୁ ଆପଣମାନେ ଘରେ ବସି ଆରାମ କରିବାକୁ ଚାହୁଁଛନ୍ତି। ଗୁରୁବାର ରାତିରେ ଯୁଦ୍ଧ ଭଳି ସ୍ଥିତି ଦେଖି ଶୁକ୍ରବାର ନୋ ଓ୍ୱାର୍କ ଡେ କରିବାକୁ ନିଷ୍ପତ୍ତି ନେଇଥିଲା ଓକିଲ ସଂଘ। ଆଉ ହାଇକୋର୍ଟରୁ କୌଣସି ପ୍ରତିକୂଳ ଆଦେଶ ପାରିତ ନ କରିବାକୁ ଅନୁରୋଧ କରିଥିଲା ସଂଘ। ମୁଖ୍ୟ ବିଚାରପତି କହିଥିଲେ, କାମ ବନ୍ଦ କରିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ। ଆଜି ହାଇକୋର୍ଟରୁ ଅନେକ ଓକିଲ ଗାଏବ ଥିଲେ। ସେଥିଲାଗି କୋର୍ଟର ଅଧିକାଂଶ ମାମଲାକୁ ସ୍ଥଗିତ କରିବାକୁ ପଡ଼ିଥିଲା। ଯେତେବେଳେ ମୁଖ୍ୟ ବିଚାରପତି ଜଷ୍ଟିସ ନାଗୁ ଓ ଜଷ୍ଟିସ୍ ସୁମିତ ଗୋଏଲଙ୍କ ଖଣ୍ଡପୀଠ ପଞ୍ଜାବ ଓ ହରିଆଣା ଭିତରେ ଜଳ ଆବଣ୍ଟନ ବିବାଦକୁ ନେଇ ଶୁଣାଣୀ ଆରମ୍ଭ କରିଥିଲେ। ସରକାରଙ୍କ ପକ୍ଷରୁ ଲଢ଼ୁଥିବା ଓକିଲ ସଂଘର କାମ ବନ୍ଦର ଆଳ ନେଇ ଶୁଣାଣୀ ସ୍ଥଗିତ ରଖିବାକୁ ଦାବି କରିବାରୁ ଜଷ୍ଟିସ ନାଗୁ କ୍ଷୋଭ ଝାଡ଼ିଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now