ଜାଫର ଏକ୍ସପ୍ରେସ ଉପରେ ଆଟାକ୍। ପାକିସ୍ତାନର ଜାଫର ଏକ୍ସପ୍ରେସ ଉପରେ ସପ୍ତମ ଥର ଏଭଳି ଆକ୍ରମଣ ହୋଇଛି। ବିସ୍ଫୋରକରେ ଟ୍ରେନ୍ ଉଡ଼ାଇଦେବାକୁ ଉଦ୍ୟମ ହୋଇଛ। ଟ୍ରାକରୁ ୬ଟି ଡବା ଲାଇନଚ୍ଯୁତ ହୋଇଛି। ଅନେକ ଆହତ ହୋଇଛନ୍ତି। ଆକ୍ରମଣ ପଛରେ ନିଜକୁ ଦାୟୀ କରିଛି ବିଆରଜି। ରେସକ୍ୟୁ ଅପରେସନ ଜାରି ରହିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କ୍ୱେଟା ଯିବାକୁ ଥିବା ଜାଫର ଏକ୍ସପ୍ରେସକୁ ସିନ୍ଧ ବାଲୁଚିସ୍ତାନ ସୀମା ନିକଟବର୍ତ୍ତୀ ସୁଲତାନକୋଟରେ ଟାର୍ଗେଟ କରାଯାଇଛି। ଆଇଇଡି ବିସ୍ଫୋରକ ଟ୍ରାକରେ ଖଞ୍ଜାଯାଇଥିଲା। ବାଲୁଚ ବିଦ୍ରୋହୀ ସମୂହ ବା ବାଲୁଚ ରିପବ୍ଲିକ ଗାର୍ଡସ ଏହି ଆକ୍ରମଣ ପଛରେ ଥିବା ଦାବି କରି କହିଛି ଯେ, ଯେହେତୁ ଟ୍ରେନରେ ପାକିସ୍ତାନ ଜବାନ ଯାଉଥିଲେ। ସେଥିଲାଗି ଏହି ଆକ୍ରମଣ କରାଗଲା। ବାଲୁଚିସ୍ତାନ ସ୍ୱାଧୀନତା ପାଇବା ଯାଏଁ ଏଭଳି ଅଭିଯାନ ଜାରି ରଖିବ। ବିଆରଜି ଦାବି କରିଛି ଯେ, ଏହି ବିସ୍ଫୋରଣରେ ଅନେକ ପାକିସ୍ତାନୀ ସେନାଙ୍କ ମୃତ୍ଯୁ ହୋଇଛି। କ୍ୱେଟା ଓ ପେଶାଓ୍ୱାର ଭିତରେ ଚାଲୁଥିବା ଜାଫର ଏକ୍ସପ୍ରେସକୁ ଅନେକ ଥର ଟାର୍ଗେଟ କରାଗଲାଣି। ମାର୍ଚ୍ଚ ୧୧ରେ କ୍ୱେଟାରୁ ପେଶାଓ୍ୱାର ଯାଉଥିବା ବେଳେ ଜାଫର ଏକ୍ସପ୍ରେସକୁ ହାଇଜାକ୍ କରାଯାଇଥିଲା। ଏଥିରେ ୨୧ ଯାତ୍ରୀ ଓ ୪ଜଣ ସୁରକ୍ଷାକର୍ମୀଙ୍କ ମୃତ୍ଯୁ ହୋଇଥିଲା। ସୁରକ୍ଷାବଳ ବି ଟ୍ରେନ ଉପରେ ଆକ୍ରମଣ କରିଥିବା ୩୩ ଆତଙ୍କବାଦୀଙ୍କୁ ମାରିଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now