ବରଗଡ଼ରେ ପୁଣି ନିର୍ମମ ହତ୍ୟା

ବରଗଡ଼ରେ ପୁଣି ଗୋଟିଏ ହତ୍ୟାକାଣ୍ଡ । ବରଗଡ ସହର ଉପକଣ୍ଠ ପାଣିଛତର-ଜମୁର୍ଡା ରାସ୍ତାରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ବିଚ୍ ରାସ୍ତାରେ ପକାଇ ଦିଆଯାଇଛି। ମୃତ ଯୁବକ ଜଣକ ଜମୁର୍ଡା ଟାଙ୍ଗରଟିକ୍ରାର ଭୀମ ବିଶ୍ବାଳ ବୋଲି ଜଣା ପଡିଛି । ସେ ଗତକାଲି ସନ୍ଧ୍ୟାରୁ ଘରୁ ବାହାରିଥିବା ବେଳେ ଆଜି ସକାଳୁ ତାଙ୍କ କ୍ଷତାକ୍ତ ମୃତଦେହ ଜମୂର୍ଡା ରାସ୍ତାର ଓଭର ବ୍ରିଜ ପାଖରୁ ଉଦ୍ଧାର ହୋଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଏହାର ଅଧିକ ତଦନ୍ତ ଚଳାଇଛି । ୨ଦିନ ତଳେ ଅତିବିରା ଥାନା ଗୋଡଭଗା ନିକଟ ସତୀଯୋର ପାଖରେ ଟେଲର ମାଷ୍ଟରଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତ ଏପର୍ଯ୍ୟନ୍ତ ଧରାପଡି ନ ଥିବାବେଳେ ମଙ୍ଗଳବାର ବିଚ ରାସ୍ତାରେ ଆଉ ଏକ ହତ୍ୟାକାଣ୍ଡ ବରଗଡ଼ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *