ପାଇକା ନଦୀରେ ଭାସିଗଲେ ୩ ଯୁବକ

ପାଇକା ନଦୀରେ ଭାସିଗଲେ ୩ ଯୁବକ । ଜଣେ ଗୁରୁତର ଅବସ୍ଥାରେ ଉଦ୍ଧାର ଓ ଦୁଇଜଣ ନିଖୋଜ । ଉଦ୍ଧାର କାର୍ଯ୍ୟ ଜାରି । ଏଭଳି ଦୁଖଦାୟକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୃଷ୍ନାନନ୍ଦପୁର ନିକଟ ପାଇକା ନଦୀରେ । ସ୍ଥାନୀୟ ଅଞ୍ଚଳର ତିନିଜଣ ଯୁବକ ଗାଧୋଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ପରେ ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜଣେ ଗୁରୁତର ଅବସ୍ଥାରେ ଉଧାର ହୋଇ ଜଗତସିଂହପୁର ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଦୁଇଜଣ ଏ ପର୍ଯ୍ୟନ୍ତ ନିଖୋଜ ଅଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *