ପ୍ରତିକାଙ୍କ ବିଶ୍ୱରେକର୍ଡ- ୨୩ ମ୍ୟାଚରେ ହାସଲ କଲେ ହଜାରେ ରନ୍

ଭାରତ ପାଇଁ ନୂଆ କୀର୍ତ୍ତି। ମହିଳା ଏକଦିବସୀୟ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ଭଲ ପାରି ଖେଳି ନୂଆ ବିଶ୍ୱରେକର୍ଡର ସମକକ୍ଷ ହୋଇପାରିଛନ୍ତି ପ୍ରତିକା ରାଉଳ। ନିଜର ୨୩ତମ ମ୍ୟାଚରେ ହଜାରେ ରନ୍ ସମ୍ପୂର୍ଣ୍ଣ କରିବାରେ ସଫଳ ହୋଇଛନ୍ତି ପ୍ରତିକା। ଏହା ବିଶ୍ୱ କୀର୍ତ୍ତିମାନର ସମକକ୍ଷ ଅଟେ। ଆଜି ଯାଏଁ ମହିଳା ଓ୍ୱାନଡେ ଇତିହାସରେ କେବଳ ଦୁଇ ଜଣ ଖେଳାଳୀ ଏତେ କମ୍ ମ୍ୟାଚରେ ହଜାର ରନ୍ କରିପାରିଛନ୍ତି। ପ୍ରତିକାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ଲିଣ୍ଡସ ରିଲର କେବଳ ୨୩ ଓ୍ୱାନଡେ ମ୍ଯାଚରୁ ହଜାରେ ରନ୍ ହାସଲ କରିବାରେ ସଫଳତା ପାଇଥିଲେ। କିନ୍ତୁ ଆଜି ପ୍ରତିକା ୩୭ ବର୍ଷର ପୁରୁଣା ରେକର୍ଡର ସମକକ୍ଷ ହେଲେ। ଅଷ୍ଟ୍ରେଲିଆର ନିକୋଲ ବୋଲଟନ ଓ ମେଗ୍ ଲେନିଂ ୨୫ ଓ୍ୱାନଡେ ମ୍ୟାଚ୍ ଖେଳି ହଜାରେ ରନ୍ ହାସଲ କରିିଥିଲେ। ଏବେ ପ୍ରତିକା ଏହାକୁ ଟପିଗଲେ। ପ୍ରତିକା ନିଜ ଓ୍ୱାନଡେ କ୍ୟାରିଅରରେ ଗୋଟିଏ ଶତକ ଓ ୭ଟି ଅର୍ଦ୍ଧଶତକ କରିଛନ୍ତି। ଏହା ଭିତରେ ଭାରତ ଲାଗି ପ୍ରତିକା ନୂଆ ରେକର୍ଡ ରଚିଲେ। ପ୍ରତିକାଙ୍କ ପୂର୍ବରୁ ଭାରତର ମିତାଲି ରାଜ୍ ୨୯ ଓ୍ୱାନଡେ ଖେଳି ଏକ ହଜାର ରନ୍ ହାସଲ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ଅବିଶ୍ୱସନୀୟ ଉପଲବ୍ଧି ହାସଲ କରିଛନ୍ତି ପ୍ରତିକା। ନଭି ମୁମ୍ୱାଇର ଡିଓ୍ୱାଇ ପାଟିଲ୍ ସ୍ପୋର୍ଟସ ଏକାଡେମୀରେ ଖେଳାଯାଇଥିବା ଏହି ମ୍ୟାଚ୍ ପ୍ରତିକାଙ୍କ ଲାଗି ନୂଆ କୀର୍ତ୍ତି ହାସଲ କଲା। ମହିଳା ଓ୍ୱାନ୍- ଡେ ରେ ସବୁଠୁ ଦ୍ରୁତ ଗତିରେ ହଜାରେ ରନ୍ କରିଥିବା ଖେଳାଳୀ ତାଲିକାର ଶୀର୍ଷରେ ଲିଣ୍ଡସ ରିଲର ଓ ପ୍ରତିକା ରାଓଲଙ୍କ ନାଁ ମିଳିତ ଭାବେ ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *