ଏକଜିଟ୍ ପୋଲ୍- ଏନଡିଏକୁ ଏଥର ବହୁମତ!

ଆସିଲା ଏକଜିଟ୍ ପୋଲ୍। ୪ଟି ଏକଜିଟ୍ ପୋଲ୍ ଅନୁସାରେ ଏନଡିଏ କ୍ଲିନସ୍ୱିପ୍ କରୁଛି। ମାଚ୍ରିଜ୍, ପିପୁଲ୍ସ ଇନସାଇଟ୍ ଓ ପିପୁଲ୍ସ ପଲ୍ସ ଏନଡିଏକୁ କ୍ଲିନସ୍ୱିପ୍ କରିବ ବୋଲି ଦର୍ଶାଇଛି। ଏନଡିଏ ୧୩୩ରୁ ୧୪୮ ଆସନ ପାଇବ ବୋଲି ଆକଳନ କରିଛି ଏକଜିଟ୍ ପୋଲ୍। ପିପୁଲ୍ସ ପଲ୍ସ କହିଛି, ଏନଡିଏ ୧୩୩ରୁ ୧୫୯ ଆସନ ପାଇବ। ମହାଗଠବନ୍ଧନ ୭୫ରୁ ୧୦୧ ଆସନ ଦଖଲ କରିବ। ଆଇଏଏନଏସ- ମାଟ୍ରିଜ୍ କହିଛି, ଏନଡିଏ ୧୪୭ରୁ ୧୬୭ ଆସନ ପାଇବ। ପ୍ରଶାନ୍ତ କିଶୋରଙ୍କ ଜନସୁରାଜ ଦଳର ପ୍ରଦର୍ଶନ ଅତି ନୈରାଶ୍ୟଜନକ ରହିବ ବୋଲି ଏ ସବୁ ଏକଜିଟ୍ ପୋଲ୍ ଦର୍ଶାଇଛି। ମହାଗଠବନ୍ଧନ ୭୦ରୁ ୯୦ ଆସନ ଭିତରେ ସୀମିତ ରହିବ ବୋଲି ଏକଜିଟ୍ ପୋଲ ପୂର୍ବାନୁମାନ କରିଛି। ନୀତିଶଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ପୁଣି ବିହାରରେ ଚମକିବ ବୋଲି କହୁଛି ଏ ସବୁ ସର୍ଭେ ସଂସ୍ଥା। ନୀତିଶଙ୍କ ଜେଡିୟୁ ଏଥର ୫୫ରୁ ୬୦ ଆସନ ଦଖଲ କରିବ। କିନ୍ତୁ ଆରଜେଡି ୬୫ରୁ ୭୨ ଆସନ ଭିତରେ ରହିବ। କଂଗ୍ରେସର ପ୍ରଦର୍ଶନ ଏତେଟା ଆଖିଦୃଶିଆ ରହିବନି। କଂଗ୍ରେସ ମାତ୍ର ୯ରୁ ୧୩ ଆସନ ଆଣିବ। ପୋଲଷ୍ଟ୍ରେଟ ଏକଜିଟ୍ ପୋଲ୍ ଅନୁସାରେ ବିହାରରେ ଏନଡିଏକୁ ୧୩୩-୧୪୮ ସିଟ ମିଳିପାରେ। ବିଜେପିକୁ ୬୮-୭୨, ଜେଡିୟୁକୁ ୫୫-୬୦, ଏଲଜେପି ଆରକୁ ୯-୧୨, ହାମକୁ ୧-୨ ଓ ଆରଏଲଏମକୁ ୦-୨ ସିଟ୍ ମିଳିପାରେ। ଏନଡିଏକୁ ବହୁମତ ମିଳିବା ଆକଳନ ପଛରେ ୫ଟି ବଡ଼ କାରଣ ରହିଛି। ନୀତିଶଙ୍କ ବିକାଶ ମଡେଲକୁ ବିହାରବାସୀ ଭରସା କରୁଛନ୍ତି। ମୋଡି ମ୍ଯାଜିକ୍ ବି କାଟୁ କରିଛି। ମହାଗଠବନ୍ଧନରେ ସିଟ୍ ସେୟାରିଂରେ ତୃଟିକୁ ଦାୟୀ କରାଯାଉଛି। ଆରଜେଡି ୧୪୪ ଆସନରେ ଲଢ଼ିଲା। କିନ୍ତୁ କଂଗ୍ରେସ ଓ ବାମଦଳକୁ ଦୁର୍ବଳ ଆସନ ଦେଲା। ଭିଆଇପି ଦଳର ପ୍ରଭାବ ସୀମିତ ରହିଲା। ମହିଳା ଭୋଟରଙ୍କ ଏନଡିଏ ପ୍ରତି ଭରସା ଅତୁଟ ରହିଲା। ମଦ ବନ୍ଦ, ଜୀବିକା ସମୂହ ଓ ପଞ୍ଚାୟତରେ ସଂରକ୍ଷଣ ଆଦି ନୀତିଶଙ୍କ ଛବିକୁ ମଝଭୁତ୍ କରିଛି। ତେଜସ୍ୱୀଙ୍କ ୧୦ଲକ୍ଷ ଚାକିରୀ ଅପିଲ ସତ୍ତ୍ୱେ ଜନସୁରାଜର ପ୍ରଶାନ୍ତ କିଶୋର ଓ ଅସାଦୁଦ୍ଦିନ ଓଓ୍ୱେସିଙ୍କ ଏଆଇଏମଆଇଏମ୍ ଯୁବା ଭୋଟରଙ୍କ ଭୋଟ୍ କାଟିଲେ। ନଭେମ୍ୱର ୧୪ରେ ରେଜଲ୍ଚ ଆସିବ। କିନ୍ତୁ ବିହାରର ଭୋଟର ନିଜର ଜନାଦେଶକୁ ଇଭିଏମରେ ସିଲ୍ କରିସାରିଛନ୍ତି। ଅନେକ ଥର ଏକଜିଟ୍ ପୋଲ୍ ପୂର୍ବାନୁମାନ ମିଛ ବି ହୋଇଛି। ଆରମ୍ଭରୁ ଭୋଟ ଚୋରୀର ଆରୋପ ଲଦି ଆସୁଛି ମହାଗଠବନ୍ଧନ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *