ମିସ୍ ୟୁନିଭର୍ସ ୨୦୨୫ ପ୍ରତିଯୋଗିତାରେ ବଡ଼ ବିବାଦ ଆଗକୁ ଆସିଛି। ମିସ୍ ୟୁନିଭର୍ସ ମୁକୁଟ ମେକ୍ସିକୋର ଫାତିମା ପିନ୍ଧିଛନ୍ତି। ଏହି ସୁନ୍ଦରୀ ପ୍ରତିଯୋଗିତାରେ ବିଜୟୀଙ୍କୁ ନେଇ ଆପତ୍ତି ଉଠାଇଛନ୍ତି ୫ ଦେଶର ସୁନ୍ଦରୀ। ଫାତିମାଙ୍କୁ ବୋକା କୁହାଯାଇଥିଲା। ଆଉ ଏଭଳି ଶୁଣି ସେରିମନିକୁ ଛାଡ଼ିଥିଲେ ଫାତିମା। ବିବାଦ ଭିତରେ ମଞ୍ଚରୁ ଓ୍ୱାକଆଉଟ୍ କରିଥିଲେ। ୭୪ତମ ମିସ୍ ୟୁନିଭର୍ସ ସମାରୋହ ଅନେକ ବିବାଦରେ ଭର୍ତ୍ତି ଥିଲା। ଫାତିମାଙ୍କ ଯାତ୍ରା ଯେତିକି ସୁନ୍ଦର, ସେତିକି ଉତଥାନ ପତ୍ତନରେ ଭରା। କିଛି ସପ୍ତାହ ପୂର୍ବରୁ ସେ ଏମିତି ଏକ ପଦକ୍ଷେପ ଉଠାଇଥିଲେ, ଯାହାକୁ ପୁରା ସୁନ୍ଦରୀ ସମୁଦାୟକୁ ଦୋହଲାଇଦେଇଥିଲା। ଏକ ବୈଠକ ମଝିରୁ ନିଜର ଚମକୁଥିବା ଗାଉନ୍ ଓ ହାଇ ହିଲ୍ସ ପିନ୍ଧିଥିବା ଅବସ୍ଥାରେ ସେ ରାଗ ଓ ବ୍ୟଥିତ ମନରେ ବାହାରକୁ ଚାଲିଯାଇଥିଲେ। ଏହି ମିଟିଂ ହୋଷ୍ଟ ନଓ୍ୱାତ୍ ଇତ୍ସାଗ୍ରିସିଲଙ୍କ ସହ ହେଉଥିଲା ଆଉ ଏହାର ଲାଇଭ ଷ୍ଟ୍ରିମିଂ କରାଯାଉଥିଲା। ନଓ୍ୱାତ ହେଉଛନ୍ତି ମିସ୍ ୟୁନିଭର୍ସ ଥାଇଲାଣ୍ଡର ନିର୍ଦେଶକ। ନଓ୍ୱାତ ତାଙ୍କୁ କଥିତ ଭାବେ ମୂର୍ଖ ବା ବୋକା କହିଦେଇଥିଲେ। ଯେତେବେଳେ ସୋସିଆଲ ମିିଡିଆରେ ପ୍ରମୋସନାଲ ପୋଷ୍ଟକୁ ନେଇ ତାଙ୍କ ସହ ସେ ଯୁକ୍ତି କରୁଥିଲେ। ଯଦିଓ ପରେ ନଓ୍ୱାତ ଏଭଳି ଶବ୍ଦ ବ୍ୟବହାର କରିନାହାନ୍ତି ବୋଲି ମନା କରିଥିଲେ, କିନ୍ତୁ ଇଣ୍ଟରନେଟରେ ବିଜୁଳି ବେଗର ଏହା ପ୍ରସାରିତ ହୋଇସାରିଥିଲା। ଆଉ ମାହୋଲ ବିଗୁଡ଼ିଥିବା ତଥା ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ନଓ୍ୱାତ ତାଙ୍କୁ ସୁରକ୍ଷା ଦେବାକୁ ସୁରକ୍ଷାବଳକୁ ଆଗକୁ ଆସିବାକୁ କହିଥିଲେ। ଆଉ ସେହି ମୂହୂର୍ତ୍ତରେ ଶରୀରରେ ପଟି ବାନ୍ଧିଥିବା ଅବସ୍ଥାରେ ଫାତିମା କୋଠରୀ ବାହାରକୁ ଚାଲିଯାଇଥିଲେ। ତାଙ୍କ ସହ ମିସ୍ ଇରାକ ଥିଲେ। ଯିଏ ଫାତିମାଙ୍କ ସମର୍ଥନରେ ଛିଡ଼ାହୋଇଥିଲେ। ମିଡିଆକୁ ବି ଫାତିମା ସ୍ପଷ୍ଟ ଭାବେ କହିିଥିଲେ, ତାଙ୍କ ନିର୍ଦେଶକ ତାଙ୍କୁ ସମ୍ମାନ ଦେଲେନି। ତାଙ୍କୁ ବୋକା ବୋଲି କହିଲେ। ଦୁନିଆକୁ ଏହା ଦେଖାଇବା ଜରୁରୀ। କାରଣ ମହିଳା ମଝବୁତ୍ ଓ ଆଉ ଏହି ମଞ୍ଚ ଆମର ସ୍ୱର ଉଠାଇବାକୁ ରହିଛି। ଆଉ ଫାତିମାଙ୍କ ଏହି କେଇ ପଦ ନିଆଁ ଲଗାଇଦେଇଥିଲା। ଅନେକ ପ୍ରତିଯୋଗୀ ତାଙ୍କ ସହ ଛିଡ଼ା ହୋଇ ସମର୍ଥନ କରିଥିଲେ। ମାହୋଲ ଏତେ ବିଗିଡ଼ି ଯାଇଥିଲା ଯେ, ନଓ୍ୱାତ୍ ଚେତାବନୀ ଦେଇଥିଲେ ଯିଏ ଏ ପ୍ରତିଯୋଗିତାରେ ରହିବାକୁ ଚାହୁଁଛନ୍ତି, ସେମାନେ ବସିଯାଆନ୍ତୁ। ନଚେତ୍ ଡିସକ୍ୱାଲିଫାଏ କରିଦିଆଯିବ। ବିବାଦ ପରେ ଭାବପ୍ରବଣ ହୋଇ କ୍ଷମା ମାଗିଥିଲେ ସତ ନଓ୍ୱାଦ। କିନ୍ତୁ ପୁରା ପ୍ରତିଯୋଗିତା ସରିବା ପର୍ଯ୍ୟନ୍ତ ତାଙ୍କୁ ଏଥିରୁ ଦୂରେଇ ରଖାଗଲା ବୋଲି ଘୋଷଣା କରିଥିଲେ ମିସ୍ ୟୁନିଭର୍ସ ଥାଇଲାଣ୍ଡ ପ୍ରେସିଡେଣ୍ଟ। ମହିଳା ସମ୍ମାନ ପ୍ରାଥମିକତା ବୋଲି କହିଥିଲେ ଆୟୋଜକ। ମାମଲା ଏତେ ଆଗକୁ ବଢ଼ିଗଲା ଯେ, ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସିନବାମ୍ ବି ପ୍ରତିକ୍ରିୟା ଦେଇଥିଲେ। ଯେବେ ମହିଳା ଖୋଲି କୁହନ୍ତି, ସେ ସେତେବେଳେ ଅଧିକ ସୁନ୍ଦର ଦିଶନ୍ତି। ଥାଇଲାଣ୍ଡରେ ଥିବା ମେକ୍ସିକୋ ଦୂତାବାସ ବୟାନ ଜାରି କରିଥିଲେ ଯେ, ସେ ଫାତିମା ଓ ତାଙ୍କ ପରିବାର ସହ ନିରନ୍ତର ସମ୍ପର୍କରେ ଅଛନ୍ତି। ବିବାଦ ପରେ ବି ଫାତିମାଙ୍କ ଲୋକପ୍ରିୟତା ଲଗାତାର ବଢ଼ିଥିଲା। ଇନଷ୍ଟାଗ୍ରାମରେ ତାଙ୍କର ୧.୮ ମିଲିୟନ ଫଲୋଅର ଅଛନ୍ତି। ମଡେଲିଂ ଲାଇଫ, ପରିବାର ଓ ପିଲା ଦିନର ଅନେକ ସ୍ମୃତିକୁ ସେ ଇନଷ୍ଟାରେ ପୋଷ୍ଟ କରିଥାଆନ୍ତି। ଆଉ ଫାଇନାଲ ରାଉଣ୍ଡରେ ବିଚାରକଙ୍କ ପ୍ରଶ୍ନ ଥିଲା, ତାଙ୍କ ଟାଇଟଲକ ଦୁନିଆର ଯୁବତୀଙ୍କୁ କେମିତି ପ୍ରେରିତ କରିବ। ଆଉ ଫାତିମା ଦୃଢ଼ତାର ସହ ଜବାବ ଦେଇଥିଲେ, ନିଜ ଉପରେ ଆତ୍ମବିଶ୍ୱାସ ରଖ। ସ୍ୱପ୍ନ ମାଏନା ରଖେ। ହୃଦୟ ଗୁରୁତ୍ୱ ବହନ କରେ। କାହାକୁ କୁହନି କି ତୁମେ ଦୁର୍ବଳ, କେଉଁଥିରେ କମ୍ ଅଛ। କାରଣ ତୁମେ ସବୁଥିରେ ହକଦାର। ଆଉ ଫାତିମାଙ୍କ ଏହି ଉତ୍ତର ବେଶ୍ ସଶକ୍ତ ଓ ହୃଦୟକୁ ଛୁଇଁବାରୁ ତାଙ୍କୁ ମିସ୍ ୟୁନିଭର୍ସ ମୁକୁଟ ବିଜେତା ଯାଏ ନେଇଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now