ଧାନ କିଣା ଅବ୍ୟବସ୍ଥା ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଧାନ କିଣା ଅବ୍ୟବସ୍ଥା ନେଇ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ. ଧାନ କିଣାରେ ପ୍ରବଳ ଅବ୍ୟବସ୍ଥା ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି. DLPC ନିଷ୍ପତ୍ତି ଅନୁସାରେ ଆଜିଠାରୁ ବରଗଡ ଓ ସମ୍ବଲପୁର ଜିଲ୍ଲାରେ ଧାନ ଉଠିବା କଥା. ହେଲେ ବରଗଡରେ ଏଯାଏଁ ଉଠି ନାହିଁ. ମଣ୍ଡି ଆଗରେ ଧାନ ଧରି ଚାଷୀ ଠିଆ ହୋଇଛନ୍ତି. ହଜାର ହଜାର ସଂଖ୍ୟାରେ ଚାଷୀ ପଞ୍ଜିକରଣ ହୋଇ ନାହାନ୍ତି. ଯେଉଁଥି ପାଇଁ ଅଭାବୀ ବିକ୍ରି ଆରମ୍ଭ ହୋଇ ଗଲାଣି. ମିଲର କହୁଛନ୍ତି ସ୍ଥାନ ନାହିଁ ଧାନ ରଖିବାକୁ. ହେଲେ ସରକାର କହୁଛନ୍ତି ଜାଗା ଅଛି. ଯଦି ଜାଗା ଅଛି, ଅଭାବୀ ବିକ୍ରି କାହିଁକି ହେଉଛି? FCI ଚାଉଳ ଉଠାଉ ନାହିଁ. ଡବଲ ଇଂଜିନ ସରକାରରେ ଗୋଟେ ଇଂଜିନ ଆଉ ଗୋଟେ ଇଂଜିନକୁ ସମର୍ଥନ କରୁନି. ଗତ ବର୍ଷ ଖରିଫରେ ବି ଅଧିକ ଚାଉଳ ଉଠାଇଲା ନାହିଁ FCI. ରାଜ୍ୟ ସରକାରଙ୍କୁ ଟଙ୍କା ବି ଦେଉନି FCI. ସରକାର କିଛି କରି ପାରୁ ନାହାନ୍ତି. ଆଖି ଥାଉ ଥାଉ ଅନ୍ଧ ହୋଇ ଗଲେଣି ସରକାର. ଚାଷୀ ହନ୍ତସନ୍ତ ହେଲେଣି. ସେପଟେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଲେ ଯେ ଧାନ ରଖିବାକୁ ପର୍ଯ୍ୟାପ୍ତ ଅଛି. ଯେଉଁଠି ଧାନ ପ୍ରସ୍ତୁତ ହେଲାଣି, ସେଠି ଚାଷୀଙ୍କୁ ମଣ୍ଡି ଦିଆ ସରିଲାଣି. ବରଗଡ଼ରେ ଆଜି ଠାରୁ ଆରମ୍ଭ ହେଲା. ଜାନୁଆରୀରେ ଉପକୂଳ ଓଡ଼ିଶାରେ ମଣ୍ଡି ଖୋଲିବ. ବିରୋଧୀ ଯାହା କହି ପାରିବେ. ହେଲେ ଗତ ବର୍ଷ ଧାନ କିଣା ହେଲା ଓ ସବସିଡି ମିଳିଲା. ଚଳିତ ବର୍ଷ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି. ଚାଷୀ କେମିତି ଭଲ ଟଙ୍କା ପାଇବେ, ତାହା ସରକାର ଦେଖୁଛନ୍ତି. ଡ୍ରୋନ ସର୍ଭେ ପରେ ସବୁ ତଦନ୍ତ କରି ଚାଷୀ ବାଦ ପଡିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *