2025-2026 ପାଇଁ ଅତିରିକ୍ତ ବଜେଟ ବିଧାନସଭା ରେ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ । 17 ହଜାର 440 କୋଟିର ଅତିରିକ୍ତ ବଜେଟ । ସୁଭଦ୍ରା ଯୋଜନା ପାଇଁ 295 କୋଟି । ମମତା ଯୋଜନା ପାଇଁ 142 କୋଟି ମିଶନ ଶକ୍ତି 405 କୋଟି। ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ 200 କୋଟି । ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ 954 କୋଟି ।ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ 40 କୋଟି । ପାଇପ ଜଳ ଯୋଗାଣ 116 କୋଟି । ବିକଶିତ ଗାଁ ବିକଶିତ ଓଡିଶା 57 କୋଟି । ରାଷ୍ଟ୍ରୀୟ ଗ୍ରାମ୍ୟ ସ୍ୱରାଜ ଅଭିଯାନ 40 କୋଟି । ସର୍ବାଧିକ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଓ ଗ୍ରାହକ କଲ୍ୟାଣ ପାଇଁ 4329 କୋଟି । ଶିକ୍ଷା କ୍ଷେତ୍ର ପାଇଁ 2327 କୋଟି । ଭିତ୍ତିଭୂମି ବିକାଶ ପାଇଁ 1955 କୋଟି । କୃଷି ଓ ଅନୁସାଙ୍ଗିକ କ୍ଷେତ୍ର ପାଇଁ 1673 କୋଟି । ମହିଳା ଓ ଶିଶୁ ବିକାଶ ପାଇଁ 1588 କୋଟି । ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ 1164 କୋଟି ।ପଞ୍ଚାୟତିରାଜ ଏବଂ ଗ୍ରାମ୍ୟ ଉନ୍ନୟନ ପାଇଁ 616 କୋଟି । ଅନୁସୂଚିତ ଜାତି ଜନଜାତି ଉନ୍ନୟନ ପାଇଁ 531 କୋଟି ।ଶିଳ୍ପ ବିକାଶ ପାଇଁ 337 କୋଟି ।ଓଡିଆ ଭାଷା ସାହିତ୍ୟ ପାଇଁ 363 କୋଟି ।ଅଭ୍ୟନ୍ତରୀଣ ସୁରକ୍ଷ ପାଇଁ 316 କୋଟି ବ୍ୟୟବରାଦ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now