ଇଣ୍ଡିଗୋ ଫ୍ଲାଇଟ ଅପରେସନରେ ଗଡ଼ବଡ଼ିରୁ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଲେଣି। ଆଉ ଏତିକିବେଳେ ବ୍ଲାକମେଲିଂ ଥିଓରୀ ଆପଣାଇଥିବା ବିଭିନ୍ନ ଏୟାରଲାଇନ୍ସକୁ କଡ଼ା ଚେତାବନୀ ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ। ଟିକଟର ଆକାଶଛୁଆଁ ଦର ଉପରେ ଲିମିଟେସନ ଧାର୍ଯ୍ୟ କରିଛନ୍ତି। ଦେଶ ଭିତରେ ସର୍ବାଧିକ ଦୂରତାରେ ଟିକଟର ଦର ୧୮ ହଜାର ଟପିବନି। ପୁରା ଦେଶରେ ଏୟାର ଫେୟାରକୁ ନେଇ ଦର ଫିକ୍ସ ହୋଇଛି। ୫ଶହ କିଲୋମିଟର ଯାଏଁ ୭ହଜାର୫ଶହ ଟଙ୍କା। ଆଉ ୧୫ଶହ କିଲୋମିଟରରୁ ଅଧିକ ଦୂରତା ପାଇଁ ୧୮ହଜାର ଟଙ୍କା ପର୍ଯ୍ୟନ୍ତ ଭଡ଼ା ଲାଗୁ ହେବ। ୫ଶହରୁ ହଜାରେ କିଲୋମିଟର ଯାଏ ରୁଟ୍ ଉପରେ ସର୍ବାଧିକ ୧୨ହଜାର ଟଙ୍କା, ହଜାରେରୁ ୧୫ଶହ କିଲୋମିଟର ଯାଏ ରୁଟ୍ ରେ ସର୍ବାଧିକ ଟିକଟ ଦାମ୍ ୧୫ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ନିୟମ ସମସ୍ତ ଏୟାରଲାଇନ୍ସ ଓ ବୁକିଂ ପ୍ଲାଟଫର୍ମରେ ସମାନ ଲାଗୁ ହେବ। ସରକାର କହିଛନ୍ତି, ମୁନାଫାଖୋରଙ୍କୁ ରୋକିବାକୁ ଏହା ଜରୁରୀ ଥିଲା।ଏହା ସହ ରବିବାର ରାତି ୮ଟା ସୁଦ୍ଧା ବାତିଲ ଟିକଟର ଟଙ୍କା ଫେରସ୍ତ କରିବ ଇଣ୍ଡିଗୋ। ପାସେଞ୍ଜରଙ୍କୁ ବି ୪୮ ଘଣ୍ଟା ଭିତରେ ଲଗେଜ୍ ଫେରାଇବାକୁ ଇଣ୍ଡିଗୋକୁ ନିର୍ଦେଶ ଦେଇଛନ୍ତି ସରକାର।
Naxatra News is now on Whatsapp
Join and get latest news update delivered to you via whatsapp
Join Now