ପିପିଲି ନିଜିଗଡକୁରୁଖି ନିକଟରେ ଏକ ଉଚ୍ଚଶିକ୍ଷାନୁଷ୍ଠାନରେ ଜଣେ ଛାତ୍ର ରାଙ୍ଗିର ଶିକାର ହୋଇଥିବା ଘଟଣା ପଦାକୁ ଆସିଛି। ସେଠାରେ ଡ୍ରଗସ ସେବନ କରିବା ଓ ନଗଦ ୨ଲକ୍ଷ ଟଙ୍କା ଦେବା ପାଇଁ ସମ୍ପୃକ୍ତ ଛାତ୍ରଙ୍କୁ କଲେଜରେ ଅକଥନୀୟ ମାଡ ମରାଯିବା ସହିତ ପାଇଖାନା ଚଟାଣ ଚଟାଇବା ଓ ପାଇଖାନା ପାଣି ପାଇବାକୁ କହିଥିବା ସଂଗୀନ ଅଭିଯୋଗ ଏବେ ଅଭିଭାବକ ମହଲକୁ ଚିନ୍ତାରେ ପକାଇଛି। ରାଗିଂ ଅଭିଯୋଗ ଉପରେ କଲେଜ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଏହାକୁ ପିଲାଖେଳ ଭାବି ଆପୋଷ ସମାଧାନ କରିବା ପାଇଁ କହିଥିବା ପିପିଲି ଥାନା ରେ ଅଭିଯୋଗ ହୋଇଛି ।ଗତ ୨୪ତାରିଖରେ ଛାତ୍ରଜଣଙ୍କ କଲେଜ କ୍ଳାସରେ ଥିବା ସମୟରେ ଜଣେ ସହପାଠୀ ଶିକ୍ଷାନୁଷ୍ଠାନରେ ରାଗିଂ ଓ ଅନ୍ୟ ଜଣେ ସିନିଅର ଛାତ୍ର ତାକୁ ଡାକି ଦ୍ଵିତୀୟ ମହଲାରେ ଥିବା ଶୌଚାଳୟକୁ ନେଇଯାଇ ସେଠାରେ ନିସ୍ତୁକ ମାଡ ମାରିବା ସହ ପାଇଖାନା ପ୍ୟାନ ଭିତରେ ତାଙ୍କ ମୁହଁକୁ ଭର୍ତ୍ତି କରାଇ ଦେଇଥିଲେ। ଏପରିକି ତାଙ୍କ ଛାତି, ପେଟ, ବେକ, ଆଣ୍ଠୁକୁ ମାଡ ମାରିଥିଲେ। ତାଙ୍କୁ ଉଲଗ୍ନ କରିବା ସମୟରେ ଉସ କିପିଙ୍ଗ ଷ୍ଟାଫ ଆସିଯିବାରୁ ତାହା ସମ୍ଭବ ହୋଇପାରି ନଥିଲା। ଶୌଚାଳୟ ଭିତରେ ପ୍ରାୟ ଦୁଇ ଘଣ୍ଟା ଧରି ଅମାନୁଷିକ ଭାବେ ମାଡ ମାରିବା ସହ ପାଇଖାନା ଚଟାଣ ଚଟାଇଥିଲେ।ବୋଲି ଆସିଛି ସଂଗୀନ ଅଭିଯୋଗ । ରାଗିଙ୍ଗ ର ଶିକାର ହୋଇଥିବା ଛାତ୍ରଙ୍କ ଅଭିଭାବକ ପୋଲିସର ଦ୍ବାରସ୍ଥ ହୋଇଛନ୍ତି।
ପିପିଲି ଥାନାରେ ପୀଡିତ ଛାତ୍ରଙ୍କ ଅଭିଭାବକ କରିଥିବା ଅଭିଯୋଗ । ଅନୁସାରେ ପିପିଲି ପୁଲିସ ଉକ୍ତ କଲେଜ କୁ ଯାଇ ତଦନ୍ତ ଆରମ୍ଭ କରିଛି ଯିଏ ଦୋଷୀ ତାକୁ ଦଣ୍ଡ ମିଳିବ ବୋଲି ପିପିଲି ଥାନା ଅଧିକାରୀ କହିଛନ୍ତି। ତେବେ ଏ ଘଟଣା ନେଇ କଲେଜ କତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
Naxatra News is now on Whatsapp
Join and get latest news update delivered to you via whatsapp
Join Now