ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଏକ ବାର୍ରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ।ବିନା ଲାଇସେନ୍ସରେ ବାର୍ ଚାଲିଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ।ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇଥିବା ଚିଫ୍ ଫାୟାର ଅଫିସର ରମେଶ ମାଝୀଙ୍କ ସୂଚନା। ନିଆଁ ଲିଭା କାର୍ଯ୍ୟରେ ୨ ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ । ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ୧ ଘଣ୍ଟା ସମୟ ଲାଗିଥିଲା। ଘଟଣାସ୍ଥଳରେ ପହଞ୍ଚିବାରେ ବିଳମ୍ବ ହୋଇନି, ତୁରନ୍ତ ନିଆଁକୁ ଆୟତ୍ତ କରାଯାଇଛି।୯ଟା ୧୫ ସୁଦ୍ଧା ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now