ପୁଣି ଅଶାନ୍ତ ବାଂଲାଦେଶ

ଅଶାନ୍ତ ବାଂଲାଦେଶ । ଗୋଟିଏ ଦିନ ଶାନ୍ତ ରହିବା ପରେ ପୁଣି ହିଂସାରେ ଜଳିଛି ବାଂଲାଦେଶ । ଶନିବାର ରାତିରେ ଢାକା ସମେତ ବିଭିନ୍ନ ସହରରେ ହିଂସା କରିଛନ୍ତି ଉପଦ୍ରବୀ । ସେପଟେ ବାଂଲାଦେଶ ନ୍ୟାଶନାଲ ପାର୍ଟି ବା ବିଏନପି ନେତାଙ୍କ ଘର ଜାଳିପୋଡି ଦେବା ସହ ୭ବର୍ଷର ଝିଅକୁ ହତ୍ୟା କରିବାକୁ ପଛାଇନାହାନ୍ତି ଉପଦ୍ରବୀ ।ସୂଚନା ଅନୁସାରେ ଲକ୍ଷ୍ମୀପୁର ସଦର ଉପ-ଜିଲ୍ଲାର ଭବାନୀଗଞ୍ଜ ୟୁନିଅନ ଅନ୍ତର୍ଗତ ପଶ୍ଚିମ ଚାର ମାନସା ଗାଁରେ ଏହି ଘଟଣା ଘଟିଛି ।ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଶନିବାର ଦିନ ପ୍ରାୟ ୧ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ପୋଲିସ କହିଛି ଯେ ପୀଡିତ ବ୍ୟକ୍ତି ହେଉଛନ୍ତି ବେଲାଲ ହୋସେନ, ଜଣେ ବିଏନପି ନେତା ଏବଂ ବ୍ୟବସାୟୀ। ଡେଲି ଷ୍ଟାର ରିପୋର୍ଟ କରିଛି ଯେ ବେଲାଲ ହୋସେନ ହେଉଛନ୍ତି ଭବାନୀଗଞ୍ଜ ୟୁନିଅନ ବିଏନପିର ସହାୟକ ସଂଗଠନ ସମ୍ପାଦକ।ତାଙ୍କ ଘରେ ନିଆଁ ଲଗାଯିବା ପରେ ଘରେ ଥିବା ୪ଜଣ ସଦସ୍ୟଙ୍କ ଭିତରୁ ୩ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ୭ବର୍ଷର ଝିଅର ମୃତ୍ୟୁ ହୋଇଛି । ନିକଟରେ ଛାତ୍ରନେତା ଓସମାନ ହାଦୀକୁ ଗୁଳି କରି ହତ୍ୟା କରାଯିବା ପରେ ଉଠୁଛି ପଡୁଛି ବାଂଲାଦେଶ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *