ଅନସ୍କ୍ରିନ୍ ପତ୍ନୀ : ମିରଟରେ ସ୍ୱାମୀଙ୍କ ହାଇଡ୍ରାମା- ପତ୍ନୀ କହିଲେ, ଯେତେ ଜଲଦି ଛାଡ଼ପତ୍ର ଦିଅ

ଅନସ୍କ୍ରିନ ପତ୍ନୀକୁ ନେଇ ଅଜବ ବିବାଦ। ମିରଟରେ ସୋସିଆଲ ମିଡିଆ କଣ୍ଟେଣ୍ଟ କ୍ରିଏଟର ସାଦାବ ଜକାତିଙ୍କ ସହ ଅନସ୍କ୍ରିନ ରୋମାନ୍ସକୁ ନେଇ ଉଠିଛି ବିବାଦ। ଯେଉଁ ମହିଳାଙ୍କ ସହ ଭିଡ଼ିଓ କରୁଛନ୍ତି, ତାଙ୍କ ସ୍ୱାମୀ ଗମ୍ଭୀର ଆରୋପ ଲଦିଛନ୍ତି। ମହିଳା ଇରମଙ୍କ ସ୍ୱାମୀ ଖୁର୍ସିଦ ଆରୋପ ଲଦିଛନ୍ତି ଯେ, ଇରମ ଦିନ ଦିନ ଧରି ବାହାରେ ରହୁଛନ୍ତି। ବିରୋଧ କରିବାରୁ ତାଙ୍କୁ ଜୀବନରେ ମାରିବାକୁ ଧମକ ଦେବା ସହ ଛାଡ଼ପତ୍ର ଦେବି ବୋଲି କହୁଛନ୍ତି। ସାଦାବ ସହ ଅବୈଧ ସମ୍ପର୍କ ରଖିଛନ୍ତି। ସାଦାବଙ୍କ ସହ ସେ ପଳାଇଛନ୍ତି। ବାରଣ କଲେ ପାଲଟା ମିଛ ମାମଲାରେ ଫସାଇଦେବି ବୋଲି କହୁଛନ୍ତି। ଦୁହେଁ ମିଶି ତାଙ୍କୁ ମାରିଦେବାକୁ ଚକ୍ରାନ୍ତ କରୁଛନ୍ତି।  ଥାନାର ଦ୍ୱାରସ୍ଥ ହୋଇ କାନ୍ଦି କାନ୍ଦି ଏମିତି ଆରୋପ ଲଦିଛନ୍ତି ଖୁର୍ସିଦ। ସେ ଟାୟାର ରିପାୟରିଂ କାମ କରନ୍ତି। ତାଙ୍କର ହାର୍ଟ ବେମାର ବି ଅଛି। ଇରମ ବୁଧବାର ସାଦାବ ସହ .ଡେରାଡୁନ୍ ଯାଉଥିଲେ। ନିଜ ଦେହ ଖରାପ କଥା କହି ଡେରାଡୁନ ଗସ୍ତ ବାତିଲ କରିବାକୁ ଅନୁରାଧ କରିଥିଲେ। ହେଲେ ଇରମ ଶୁଣିନଥିଲେ। କହିଲେ ମରିଯା। ଆଉ ଜକାତିଙ୍କ କହିବା ଅନୁସାରେ ହିଁ ଇରମ ତାଙ୍କ ପ୍ରତି ଏଭଳି ବ୍ୟବହାର କରୁଛନ୍ତି। ସେପଟେ ଇରମ ଏ ସବୁ ଅଭିଯୋଗକୁ ମିଛ ବୋଲି କହିଛନ୍ତି। ଇରମ କହିଛନ୍ତି, ସାଦାବଙ୍କ ସହ ତାଙ୍କର କୌଣସି ଅନୈତିକ ସମ୍ପର୍କ ନାହିଁ। ସେ କେବଳ ସାଦାବଙ୍କ ସହ କାମ କରି ନିଜ ପିଲାଙ୍କ  ପେଟ ପୋଷୁଛନ୍ତି। ନିଜ ଇଛାରେ ସେ ଅନସ୍କ୍ରିନରେ ସାଦାବଙ୍କ ପତ୍ନୀ ସାଜି ଅଭିନୟ କରୁଛନ୍ତି। ଖୁର୍ସିଦ ତାଙ୍କୁ ମାଡ଼ପିଟ କରନ୍ତି। ସେ ତାଙ୍କଠୁ ଛାଡ଼ପତ୍ର ଚାହାନ୍ତି। ଏମିତିରେ ଟ୍ରିପଲ ତଲାକ ଦେଇସାରିଛନ୍ତି ଖୁର୍ସିଦ। ୧୦ ବାଲା ବିସ୍କୁଟ କିତନେ କା ହୈ ଜି ରିଲ୍ସ ଫେମ ସାଦାବ ନିକଟରେ ନିଜ ନାବାଳିକା ଝିଅ ସହ ଭିଡ଼ିଓ କରି ଫସିଯାଇଥିଲେ। ଭିଡିଓରେ ଝିଅ ସହ କଓ୍ୱାଲି ଗାଉଥିବାର ନଜରକୁ ଆସିଥିଲେ ଜକାତି। ଦୋ ଘୁଣ୍ଟ ପିଲା ଦେ ସାକିୟା ଉପରେ ମଦୁଆଙ୍କ ଭଳି ଆକ୍ଟିଂ ଓ ଡ୍ୟାନ୍ସ କରୁଥିଲେ। ଗଲା ବର୍ଷ ନଭେମ୍ୱରରେ ଅଭଦ୍ର ରିଲ୍ସକୁ ନେଇ ବିଜେପି ନେତା ରାହୁଲ ଠାକୁର ଜକାତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ। ପୁଲିସ ଜକାତିଙ୍କୁ ଗିରଫ କରିଥିଲା। କିନ୍ତୁ ଥାନାରୁ ହିଁ ଜାମିନ୍ ମିଳିଯାଇଥିଲା। ରିଲ୍ ପତ୍ନୀ ସାଜି ଇରମ ଏବେ ଜକାତିଙ୍କ ସହ ଅଭିନୟ କରୁଛନ୍ତି। ଏହାକୁ ନେଇ ଖୁର୍ସିଦ ଏଭଳି ଗମ୍ଭୀର ଆରୋପ ଲଦିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *