ପ୍ରଦୂଷଣ ପାଇଁ ଇଣ୍ଡିଆ ଓପନ ୨୦୨୬ ବ୍ୟାଡ଼ମିଣ୍ଟନ ଗେମରୁ ଓହରିଲେ ଡେନମାର୍କର ଆଣ୍ଡେର୍ସ ଆଣ୍ଟୋନସେନ। ବିଶ୍ୱର ନମ୍ୱର ଟୁ ଖେଳାଳୀ ତଥା ୪ ଥର ବିଶ୍ୱ ଚାମ୍ପିଅନ ଖେଳରୁ ଓହରିବା ନିଷ୍ପତ୍ତି ପଛର କାରଣ ଦର୍ଶାଇ କହିଛନ୍ତି ଯେ, ଦିଲ୍ଲୀରେ ବାୟୁ ପ୍ରଦୂଷଣ ସାଙ୍ଘାତିକ। ଏକ୍ୟୁଆଇ ବହୁ ଉଚ୍ଚରେ ରହିଛି। ଏଭଳି ସ୍ଥିତିରେ ଦିଲ୍ଲୀରେ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ଉପଯୁକ୍ତ ନୁହେଁ। ବରଂ ଖରା ଦିନରେ ଏହି ଟୁର୍ଣ୍ଣାମେଣ୍ଟ କରିଲେ ଭଲ ହୁଅନ୍ତା ବୋଲି ପରାମର୍ଶ ବି ଦେଇଛନ୍ତି ଆଣ୍ଟୋନସନ। ପ୍ରଦୂଷଣ କାରଣରୁ ଲଗାତାର ତୃତୀୟ ବର୍ଷ ଇଣ୍ଡିଆ ଓପନ ସୁପର ୭୫୦ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାଗ ନ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଆଣ୍ଟୋନସନ ଗଲା ଥର ୨୦୨୩ରେ ଇଣ୍ଡିଆ ଓପନରେ ଖେଳିଥିଲେ। ଆଉ ସେକେଣ୍ଡ ରାଉଣ୍ଡରେ ହାରିଯାଇଥିଲେ। ଡେନମାର୍କର ବ୍ୟାଡ଼ମିଣ୍ଟନ ଖେଳାଳୀ ମିୟା ବ୍ଲିଚଫେଲ୍ଟ ବି ଆଇଜି ଷ୍ଟାଡିଅମରେ ହୋଇଥିବା ବ୍ୟବସ୍ଥା ନେଇ ବର୍ଷିଛନ୍ତି। ବିଶ୍ୱ ଚାମ୍ପିଅନସିପ ପୂର୍ବରୁ ଅବସ୍ଥାରେ ସୁଧାର ଆଣିବାକୁ ବିଡବ୍ଲୁଏଫର ହସ୍ତକ୍ଷେପ ଦାବି କରିଛନ୍ତି। ୧୭ ବର୍ଷ ପରେ ବିଶ୍ୱ ଚାମ୍ପିଅନସିପର ହୋଷ୍ଟ କରିବାକୁ ଯାଉଛି ଭାରତ। ଦିଲ୍ଲୀରେ ଅବସ୍ଥା ସାଂଘାତିକ। ଏହା ଖେଳାଳୀଙ୍କ ସ୍ୱାସ୍ଥ୍ୟ ପ୍ରତି ଚିନ୍ତାଜନକ ବୋଲି କହିଛନ୍ତି ମିୟା। ସେପଟେ ଆଣ୍ଟୋନସନକୁ କାଉଣ୍ଟର କରି ପୂର୍ବତନ ବିଶ୍ୱର ନମ୍ୱର ଓ୍ୱାନ୍ ଖେଳାଳୀ କିଦାମ୍ୱି ଶ୍ରୀକାନ୍ତ କହିଛନ୍ତି, ଦିଲ୍ଲୀରେ ସ୍ଥିତି ଭଲ ଅଛି। ଏମିତି କାହିଁକି ଅଯଥାରେ ବିବାଦ ଛିଡ଼ା କରାଯାଉଛି, ସେ ବୁଝିପାରୁନାହାନ୍ତି। ୨୦୧୬-୧୭ରେ ଡେନମାର୍କରେ ହୋଇଥିବା ମ୍ୟାଚ୍ ବେଳେ ବିଦ୍ୟୁତ୍ ଚାଲିଯାଇଥିଲା। ସେ ଘଣ୍ଟାଏ କାଳ ଅପେକ୍ଷା କରିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now