ଆଇ-ପ୍ୟାକ୍ ଅଫିସରେ ଇଡି ରେଡ୍- ମାମଲା ଗଲା ସୁପ୍ରିମକୋର୍ଟକୁ

କାଠଗଡ଼ାରେ ମମତା ବାନାର୍ଜୀଙ୍କ ହଲ୍ଲାବୋଲ। ଆଇ-ପ୍ୟାକ୍ ରେଡ୍ ମାମଲାରେ ହାଇକୋର୍ଟ ତତ୍କାଳ ଶୁଣାଣୀ କରିବାକୁ ମନା କରିଥିଲେ। କିନ୍ତୁ ଟିଏମସିର ଆବେଦନକୁ ଖାରଜ କରିଦେଇଥିଲେ କୋଲକାତା ହାଇକୋର୍ଟ। ଇଡି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି। ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପରେ ୧୭ ଅପରାଧର ଆରୋପ ଲଦିଛି ଇଡି। ଡକାୟତି, ଲୁଟ୍ , ସରକାରୀ କାମରେ ବାଧା, ଅଧିକାରୀଙ୍କ ରାସ୍ତା ଅଟକାଇବା, ପ୍ରମାଣ ନଷ୍ଟ ଓ  ଧମକ ଦେବା ଭଳି ଗମ୍ଭୀର ଆରୋପ ରହିଛି। ସେପଟେ ମମତା ସରକାରଙ୍କ ପକ୍ଷରୁ ବି ଜାନୁଆରୀ ୧୦ରେ କାଭିଏଟ୍ ଫାଇଲ୍ ହୋଇଛି। ଅର୍ଥାତ୍ ତାଙ୍କ ପକ୍ଷ ବି ଶୁଣାଯାଉ। ତାଙ୍କ ପକ୍ଷ ନ ଶୁଣି କୌଣସି ଆଦେଶ ପାରିତ ନ ହେଉ। ସରକାରୀ କାମରେ ହସ୍ତକ୍ଷେପ, ବାଧା ଦେଇଥିବାରୁ ମମତା ବାନାର୍ଜୀଙ୍କ ସମେତ ଅନେକ ବରିଷ୍ଠ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ଏତଲା ରୁଜୁ କରିବା ଜରୁରୀ ବୋଲି ସୁପ୍ରିମକୋର୍ଟରେ ଦାବି ରଖିଛି ଇଡି। ଟିଏମସି ଆରୋପ ଲଦିଥିଲା ଯେ, ଜାନୁଆରୀ ୮ରେ ଇଡି ଅଫିସର ଆଇ-ପ୍ୟାକ୍ ଅଫିସରେ ତାଙ୍କର ବ୍ୟକ୍ତିଗତ ଡାଟା ଓ ଜରୁରୀ ଦସ୍ତାବିଜ୍ ଜବତ କରିଛି। ଦଳ ଦାବି କରିଥିଲା ଯେ, ସେମାନଙ୍କ ତଥ୍ୟ ସୁରକ୍ଷିତ ରଖାଯାଉ ଓ ଇଡି ଏହାକୁ ବ୍ୟବହାର କରିବାରୁ ରୋକା ଯାଉ। କିନ୍ତୁ ଇଡି ଯୁକ୍ତି ଦର୍ଶାଇଥିଲା ଯେ, ସେମାନେ ସେହି ଅଫିସରୁ କିଛି ବି ସିଜ୍ କରିନାହାନ୍ତି। ଯାହା ରେକର୍ଡ, ଡିଭାଇସ ବା ଦସ୍ତାବିଜ୍ ଥିଲା, ଇଡି ନୁହେଁ। ବରଂ ନିଜେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସହ ଆସିଥିବା ଅଧିକାରୀ ନିଜ କବଜାକୁ ନେଇଗଲେ। ଇଡିର ଯୁକ୍ତି ଶୁଣି ହାଇକୋର୍ଟ କହିଥିଲେ, ଯେବେ ଇଡି କିଛି ବି ଜବତ କରିନି। ତାହେଲେ ଏ ମାମଲାର ତ୍ୱରିତ ଶୁଣାଣୀ ପାଇଁ କିଛି ରହିଲାନି। ସେଥିଲାଗି ଆବେଦନ ଖାରଜ କରିଦେଲେ ହାଇକୋର୍ଟ। ଜାନୁଆରୀ ୧୭ରେ ସୁପ୍ରିମକୋର୍ଟ ଏହାର ଶୁଣାଣୀ ହେବ।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *