ପୁରୀ ଜ଼ିଲ୍ଲା କଣାସ ବ୍ଲକ ରେ ଦୟା ଏବଂ ଲୁଣା ନଦୀର ହେବ ପୁନଃରୁଦ୍ଧାର l ଜଳସମ୍ପଦ ବିଭାଗ ପକ୍ଷରୁ କରାଯିବ ଏହାର କାର୍ଯ୍ୟ l ଆଭାସି ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ କରିଛନ୍ତି ଏହାର ଲୋକାର୍ପଣ l ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଲେ ନେତା ଓ ଅଂଚଳବାସୀ l କଣାସ ଗୋଟିଏ ବନ୍ୟା ଅଞ୍ଚଳ ଭାବରେ ବେଶ ଜଣା ଶୁଣା l ହୀରାକୁଦ ର ବନ୍ୟାଜଳ ହେଉ କି କ୍ରମାଗତ ବର୍ଷା ରେ ଦୟା ଏବଂ ଲୁଣା ନଦୀ ରେ ପାଣି ପ୍ରବେଶ କରିବା ପରେ ଏହା ଦୀର୍ଘ ଦିନ ରହି ନଦୀ ରେ ରହି ଥାଏ l ଯାହା ଫଳରେ ଲୋକମାନେ ଜଳବନ୍ଦୀ ହୋଇ ରହିଥାନ୍ତି l ଏହାର ସମାଧାନ ପାଇଁ ସତ୍ୟବାଦୀ ବିଧାୟକ ୨୦୨୫ ମସିହା ରେ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିବା ସହିତ ଏହାର ପ୍ରକଳ୍ପ କୁ ଅନୁମୋଦନ ପାଇଁ ଜଣାଇ ଥିଲେ l ଜଳସମ୍ପଦ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଏହାର ଅନୁମୋଦନ ମିଳିଥିଲା l ଯାହା ଆଜି ବାସ୍ତବ ରୂପାୟନ ନେଇଥିବା ବେଳେ ଏହା କେବଳ ଡବଲ ଇଂଜିନ ସରକାର ପାଇଁ ହୋଇ ପାରିଥିବା ପିପିଲି ବିଧ୍ୟାୟକ ଆଶ୍ରିତ ପଟ୍ଟନାୟକ ଏବଂ ସତ୍ୟବାଦୀ ବିଧ୍ୟାୟକ ଓମ ପ୍ରକାଶ ମିଶ୍ର କହିଛନ୍ତି l କଣାସ ଦୋକନ୍ଦା ମେଳଣ ପଡିଆରେ ଆୟୋଜିତ ହୋଇଥିଲା ବିଶାଳ ଜନ ସମାବେଶରେ ମହିଳା ଙ୍କ ଠାରୁ ଆରମ୍ଭ କରି ଯୁବକ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ସାମିଲ ହୋଇଥିଲେ l ସାଂସଦ ଙ୍କ ଠାରୁ ଆରମ୍ଭ କରି ବିଧାୟକ ପର୍ଯ୍ୟନ୍ତ ସମସ୍ତେ ଉପସ୍ଥିତ ରହିଥିଲେ l ଦୟା ଏବଂ ଲୁଣା ନଦୀ ରେ ଜମି ଯାଇଥିବା ମାଟି କୁ ଖୋଳା ଯାଇ ଏହାକୁ ଉପରକୁ କଢ଼ା ଯିବ l ଏଥିପାଇଁ ଲୁଣା ପାଇଁ ୨୪ କୋଟି ଟଙ୍କା ବ୍ୟୟରେ ୧୭ କିଲୋମିଟର ପର୍ଯ୍ୟନ୍ତ ୧୨ ଗୋଟି ଗାଁ ର ଲୋକମାନେ ଏବଂ ଦୟା ପାଇଁ ୪୪ କୋଟି ଟଙ୍କା ୨୨ କିଲୋମିଟର ପର୍ଯ୍ୟନ୍ତ ଖନନ କାର୍ଯ୍ୟ କରାଯିବ l ଏହା ଦ୍ୱାରା ଚାଷୀମାନେ ବର୍ଷକୁ ଦୁଇ ଥର ସେମାନଙ୍କ ଫସଲ ଉପାର୍ଜନ କରି ପାରିବେ l ଏହା ସହିତ ୧୦୦ କୋଟି ଟଙ୍କା ର ପାନୀୟ ଜଳ ପ୍ରକଳ୍ପ କୁ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି l କଣାସ ଲୋକଙ୍କ ସମସ୍ୟା କୁ ସମାଧାନ କରିବ ଡବଲ ଇଂଜିନ ସରକାର l ସେପଟେ ଓସିସି ପକ୍ଷରୁ ଏହାର ନିର୍ମାଣ କାର୍ଯ୍ୟ ଦାୟିତ୍ୱ ନେଇଥିବା ବେଳେ ଏକ ବର୍ଷ ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରାଯିବ ବୋଲି ଓସିସି ଜେନେରାଲ ମ୍ୟାନେଜର ସନ୍ତୋଷ ପରିଡା କହିଛନ୍ତି
Naxatra News is now on Whatsapp
Join and get latest news update delivered to you via whatsapp
Join Now