ନୂଆ ପାଇଁ ପୁରୁଣା ପାର୍ଟନରକୁ ମର୍ଡର- ଅଭିନେତ୍ରୀ ଆରେଷ୍ଟ

ଲିଭ୍ ଇନ୍ ପାର୍ଟନରକୁ ମର୍ଡର କଲେ ଅଭିନେତ୍ରୀ। କନ୍ନଡ ଅଭିନେତ୍ରୀ ଉର୍ମିଳା ଓରଫ ବିନ୍ଦୁ ସାଜିଲେ ହତ୍ୟାକାରୀ। ନିଜ ଲଭ୍ ପାର୍ଟନରଙ୍କୁ ବିବାହ ବଦଳରେ ଆଉ କାହାକୁ ବିବାହ କରିବାକୁ ମନ ବଳାଇଥିଲେ। ସେଥିଲାଗି ପୁରୁଣା ପାର୍ଟନରଙ୍କୁ ରାସ୍ତାରୁ ହଟାଇବାକୁ କରିଥିଲେ ସାଙ୍ଘାତିକ ଷଡ଼ଯନ୍ତ୍ର। ଶେଷରେ ପୁଲିସ ଏହି ମାମଲାରେ ଉର୍ମିଳା ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମୃତକ ହେଲେ ମୋହନ ରାଓ। ଫେବୃଆରୀ ୧୮ରେ ଏହି ମର୍ଡର ହୋଇଥିଲା। ହତ୍ୟାକାଣ୍ଡର ୧୨ ଦିନ ପରେ ପୁଲିସ ଏହି ମାମଲାର ଖୁଲାସା କରିଛି। ବଜରଙ୍ଗୀ, ପୁଲିସ କ୍ୱାର୍ଟର୍ସ ଓ କାଳଭୈରବ ଭଳି କନ୍ନଡ଼ ଫିଲ୍ମରେ ଛୋଟ ଭୂମିକା କରିଛନ୍ତି ବିନ୍ଦୁ। ବିନ୍ଦୁ ଓ ତାଙ୍କ ପ୍ରେମିକ ବିନୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ସେଥିଲାଗି ମୋହନଙ୍କୁ ମାରିବାକୁ କରିଥିଲେ ଯୋଜନା। ଘରେ ପାର୍ଟି ରଖିଥିଲେ। ଯେଉଁ ଘରେ ମୋହନ ଓ ବିନ୍ଦୁ ଲିଭ୍-ଇନ-ରିଲେସନରେ ରହୁଥିଲେ। ମଦ ପିଆଇବା ପରେ ବିନୟ ନିଜ ସାଙ୍ଗ ଧନୁଷ ସହଯୋଗରେ ମୋହନକୁ ଛୁରୀ ଭୁଷିଦେଲେ।  ଚିଲେଇବାରୁ ମୋହନ ମୁହଁ ଓ ନାକରେ ଟେପ୍ ବାନ୍ଧିଦେଲେ ବିନ୍ଦୁ। ହାଥଗୋଡ଼କୁ ବି ବାନ୍ଧିଦେଇଥିଲେ। ଆଉ ମୋହନ ମରିଯିବା ପରେ ଘଟଣାସ୍ଥଳରୁ ଫେରାର୍ ହୋଇଗଲେ। ୧୨ ଦିନ ପରେ ପଡ଼ୋଶୀଙ୍କ ଘରୁ ଦୁର୍ଗନ୍ଧ ଆସିଥିଲା। ଏହା ପରେ ପୁଲିସ ଯାଇ ହତ୍ୟାକାଣ୍ଡର ଖୁଲାସା କରିଥିଲା। ମୋହନଙ୍କ ଗଳିତ ଶବ ଠାବ କରିଥିଲା।ମୃତକ ମୋହନ ରାଓ ଏକ ଛୋଟ ଫାଇନାନ୍ସ ବିଜନେସ୍ କାମ କରୁଥିଲେ। ପତ୍ନୀଠୁ ଅଲଗା ହୋଇ ବିନ୍ଦୁ ସହ ଲିଭ୍-ଇନ-ରିଲେସନସିପରେ ଥିଲେ। ବିନ୍ଦୁ ବି ନିଜ ସ୍ୱାମୀଙ୍କୁଠୁ ଅଲଗା ରହୁଥିଲେ। ବିନ୍ଦୁ ଓ ମୋହନ ଦୁଇ ମାସ ହେଲା ଭଡ଼ା ଘରେ ରହୁଥିଲେ। ଭଡ଼ା ଘର ପାଇଁ ଔପଚାରିକ ଭାବେ କୌଣସି ଏଗ୍ରିମେଣ୍ଟ ହୋଇନଥିଲା। କାରଣ ମାସକ ଭିତରେ ଘର ଛାଡ଼ିଦେବେ ବୋଲି କହିଥିଲେ। ଲିଭ୍‌ ଇନ ପାର୍ଟନରକୁ ମାରିଦେଲେ। ନୂଆ ଜୀବନସାଥୀ ସହ ରହିବା ଚକ୍କରରେ ହତ୍ୟାକାରୀ ସାଜିଲେ ଅଭିନେତ୍ରୀ ବିନ୍ଦୁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *