ଦିଲ୍ଲୀରେ ଡବଲ ମର୍ଡର

ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟ। ଶାହଦରା ଅଞ୍ଚଳରେ ଶାଶୂ ଓ ବୋହୂଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟା କରିବା ପରେ ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସେହି ଅଞ୍ଚଳରେ ଡଲି ରୟ ଏବଂ ତାଙ୍କ ଶାଶୁ ଭିମାଲା ଦେବୀ ଘରେ ଏକୁଟିଆ ରହୁଥିଲେ। ଡଲିଙ୍କ ଦୁଇ ପୁଅ ବାହାରକୁ ଯାଇଥିବା ବେଳେ ମଙ୍ଗଳବାର ଦିନ ଘରକୁ ଫେରି କବାଟ ବାଡେଇଥିଲେ। ହେଲେ କେହି କବାଟ ନ ଖୋଲିବାରୁ ତାଙ୍କ ପୁଅ ଅନ୍ୟ ଏକ ଚାବି ଦ୍ୱାରା କବାଟ ଖୋଲିଥିଲେ । ଘରେ ମା, ଓ ଜେଜେମାଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡିଥିବା ଦେଖି ଆବାକ ହୋଇଯାଇଥିଲେ। ଦୁର୍ବୃତ୍ତମାନେ ପ୍ରଥମେ ଘରକୁ ପ୍ରବେଶ କରି ଚାଙ୍କୁ ମାରଣାସ୍ତ୍ରରେ ଛେଚି ହତ୍ୟା କରିଥିବା ବେଳେ ଘରୁ ସୁନାଅଳଙ୍କାର ସହ ନଗଦ ଟଙ୍କା ନଇ ଫେରାର ହୋଇଯାଇଥିବା ସନ୍ଦେହ କରୁଛି ପୋଲିସ। ସିସିଟିଭି ଫୁଟେଜ ଜବତ କରି ଏହି ଘଟଣାର ପୋଲିସ ଛାନଭିନ କରୁଥିବା ଜଣାପଡିଛି।

ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *