ଦିଲ୍ଲୀ: ୩୮ବର୍ଷ ପରେ ଯବାନଙ୍କ ମୃତ ଦେହ ଉଦ୍ଧାର ହୋଇଛି। ସୋମବାର ଭାରତୀୟ ସେନାର ନରଥେନ୍ କମାଣ୍ଡଙ୍କ ପକ୍ଷରୁ ସୂଚନା ମିଳିଛି ଯେ, ସିଆଚିନରେ ୧୯୮୪ ମସିହାରେ ସେନା ଅପରେସନରେ ନିଖୋଜ ଥିବା ଜଣେ ଯବାନଙ୍କ ମୃତ ଦେହ ୩୮ବର୍ଷ ପରେ ଉଦ୍ଧାର ହୋଇଛି। ଭାରତୀୟ ସେନାର ନରଥେନ୍ କମାଣ୍ଡ ଏକ ଟ୍ୱିଟରେ ଏହି ସୂଚନା ଦେଇଛନ୍ତି।
ଭାରତୀୟ ସେନା ସୂଚନା ଅନୁଯାୟୀ, ମେ ୨୯ ତାରିଖ ୧୯୮୪ ମସିହାରେ ଯବାନ ଜଣଙ୍କ ନିଖୋଜ ହୋଇ ଯାଇଥିଲେ। ତେବେ ଯବାନଙ୍କ ମୃତ ଦେହ ମିଳିବା ପରେ ପରିଚୟ ଖୋଜା ହୋଇଥିଲା। ପରିଚୟ ଜାଣିବା ପାଇଁ ପରିଚୟ ଡିସ୍କ ସାହାର୍ଯ୍ୟରେ ଯବାନଙ୍କ ମୃତ ଦେହ ଚିହ୍ନଟ କରାଯାଇଥିଲା। ଯେଉଁଥିରେ ଯବାନଙ୍କ ସେନା ନମ୍ୱର ରହିଥିଲା। ଏହାସହ ସରକାରୀ ରେକର୍ଡରୁ ମଧ୍ୟ ଅଧିକ ବିବରଣୀ ମିଳିଥିଲା। ଉଦ୍ଧାର ହୋଇଥିବା ଯବାନ ଜଣଙ୍କ ହେଲେ ଲାନ୍ସ ନାୟକ ଚନ୍ଦ୍ରଶେଖର ସିଂ ବୋଲି ଜଣାପଡିଛି। ଭାରତୀୟ ସେନାର ରେକର୍ଡ ଅନୁଯାୟୀ, ୟୁନିଅନ୍ ଟେରିଟୋରୀ ଲଦାଖରେ ଗ୍ଲାସିଅରରେ ୧୯୮୪ ରେ ସେନା ଅପରେସନ୍ ମେଗଦୁତ୍ ରେ ଚନ୍ଦ୍ରଶେଖର ନିୟୋଜିତ ଥିଲେ। ‘ଅପରେସନ୍ ମେଗଦୁତ୍’ ଭାରତୀୟ ସଶସ୍ତ୍ର ବାହୀନର ଅପରସେନ୍ ପାଇଁ ଏକ କୋଡ୍ ନାମରେ ନାମିତ କରାଯାଇଥିଲା। ଏପ୍ରିଲ ୧୩ ତାରିଖ ୧୯୮୪ ରେ ଏହା ଆରମ୍ଭ କରାଯାଇଥିଲା। ଜାମ୍ମୁ କାଶ୍ମୀରର ସିଆଚିନ ଗ୍ଲାସିୟରକୁ କାବୁ କରିବା ପାଇଁ ଏହି ଅପରେସନ ଆରମ୍ଭ କରାଯାଇଥିଲା। ସିଆଚିନକୁ ନେଇ ପାକିସ୍ତାନ ଓ ଭାରତ ମଧ୍ୟରେ ବିବାଦ ଦେଖାଦେଇଥିଲା। ସିଆଚିନକୁ ଅକ୍ତିଆର କରିବା ପାଇଁ ଯୁଦ୍ଧ ହୋଇଥିଲା। ତେବେ ଏହି ମିଲିଟାରୀ ଅପରେସନ ସମସ୍ତଙ୍କ ଠାରୁ ଭିନ୍ନ ଥିଲା କାରଣ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ରରରେ ପ୍ରଥମ ଥର ଆକ୍ରମଣ ଆରମ୍ଭ ହୋଇଥିଲା। ମିଲିଟାରୀ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଭାରତୀୟ ସୈନ୍ୟମାନେ ସମଗ୍ର ସିଆଚିନ୍ ଗ୍ଲାସିଅର ଉପରେ ନିୟନ୍ତ୍ରଣ ହାସଲ କରିଥିଲେ।

ନରଥେନ୍ ସେନା କମାଣ୍ଡର ଲେଫ୍ଟ ଜେନେରାଲ ଉପେନ୍ଦ୍ର ଦିୱେଦୀଙ୍କ ସମେତ ସୁରକ୍ଷାକର୍ମୀ ମାନେ ଅପରେସନ ମେଗଦୁତ୍ ରେ ନିୟୋଜିତ ହୋଇଥିବା ସର୍ବାଚ୍ଚ ବଳିଦାନ ଦେଇଥିବା ଚନ୍ଦ୍ରଶେଖରଙ୍କୁ ସାଲ୍ୟୁଟ ଦେଇଛନ୍ତି। ମୃତ ଦେହକୁ ଖୁବ୍ ଶୀଘ୍ର ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଲେଫ୍ଟ ଜେନେରାଲ ଉପେନ୍ଦ୍ର ଦିୱେଦୀ କହିଛନ୍ତି।
- ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now