ଆସୁଛି ଗଣେଷ ପୂଜା, ମୂର୍ତ୍ତି ଗଢିବାରେ ଲାଗିଲେଣି କାରିଗର

ବୁଗୁଡା: ପାଖେଇ ଆସୁଛି ଗଣେଶ ପୂଜା।  ଏଥିଲାଗି  ମୂର୍ତ୍ତି ଗଢିବାରେ ଲାଗି ପଡିଛନ୍ତି ମୂର୍ତ୍ତି କାରିଗର। କରୋନା କଟକଣା ଯୋଗୁଁ  ଦୀର୍ଘ ଦୁଇ ବର୍ଷ ହେବ ପୂଜା ପାଳନଫିକା ପଡିଥିଲା  । ହେଲେ ଚଳିତ ବର୍ଷ ବୁଗୁଡା ଓ ପୋଲସରା ଅଞ୍ଚଳରେ ବହୁ ଧୂମଧାମରେ ପୂଜା ପାଳିତ ହେବ ।

ଆଉ ଦିନ କେଇଟା ପରେ ଗଣେଶ ପୂଜା । ଏ ନେଇଚଳଚଂଚଳ ହୋଇପଡିଛି ପୁରପଲ୍ଲୀ । ଦୀର୍ଘ ଦୁଇବର୍ଷ ହେବ କରୋନା କଟକଣା ଯୋଗୁଁ ପୂଜା ଫିକା ପଡିଥିଲା । ଚଳିତ ବର୍ଷ କରୋନା ସଂକ୍ରମଣ କମିବା ପରେ  ମୂର୍ତ୍ତିକାରିଗର ଓ ତାଙ୍କ ପରିବାର ଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଦିନ ରାତି ଏକ କରି  ସେମାନେ ମୂର୍ତ୍ତି ଗଢିବାରେ ଲାଗି ପଡିଛନ୍ତି । ଆଉ ଆଶା ରଖିଛନ୍ତି ଏବର୍ଷ ଦୁଇ ପଇସା  ବ୍ୟବସାୟ ହେବ। ସେପଟେ ଯଦି ଏହି  ମୂର୍ତ୍ତି କାରିଗର ମାନଙ୍କୁ କିଛି ସରକାରୀ ସାହାଯ୍ୟ ମିଳିପାରନ୍ତା ତେବେ ସେମାନଙ୍କ ଆର୍ଥିକ ସ୍ଥିତି ସୁଧୁରିପାରନ୍ତା ବୋଲି କହିଛନ୍ତି ମୂର୍ତ୍ତି କାରିଗରମାନେ।

ସେପଟେ ନିଜ ନିଜ ଘରେ ଗଣେଷ ପୂଜା କରୁଥିବା ଲୋକେ ମଧ୍ୟ ମଣ୍ଡପ ପୂଜାକୁ ନେଇ ଉତ୍ସାହିତ। ତେଣୁ ମଣ୍ଡବ ମାନଙ୍କରେ ପୂଜା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଚଳିତ ବର୍ଷର ଗଣେଷପୂଜାରେ ଅଧିକ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି କରିବାକୁ ପୂଜା ମଣ୍ଡପର ପରିଚାଳକ ଆରମ୍ଭ କରି ଦେଇଛନ୍ତି ପ୍ରତିଯୋଗିତା।

ତେବେ ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଶୃଙ୍ଖଳିତ ଏବଂ ବହୁ ଆଡମ୍ବର ସହକାରେ  ପୂଜା ପାଳନକୁ ଗୁରୁତ୍ବ ଦେଇଛନ୍ତି ପୂଜା କମିଟି।

ବୁଗୁଡାରୁ  ଅଭିମନ୍ୟୁ ମିଶ୍ରଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *